www.samajalive.in
Sunday, December 14, 2025
26.1 C
Bhubaneswar

ମେକ୍ସିକୋରେ ମଦ କାରଖାନାରେ ଅଗ୍ନିକାଣ୍ଡ, ୫ ଶ୍ରମିକ ମୃତ

ମେକ୍ସିକୋ ସିଟି: ମେକ୍ସିକୋରେ ବିସ୍ଫୋରଣ ପରେ ଏକ ମଦ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ୫ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଜାଲିସ୍କୋ ରାଜ୍ୟରେ ଏକ ମଦ କାରଖାନାରେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ମଦ କାରଖାନାରେ ନିଆଁ ଲାଗିଯାଇଥିଲା । ଏଥିରେ ୫ ଜଣ ପ୍ରାଣ ହରାଇବା ସହିତ ୨ ଜଣ ଆହତ ହୋଇଛନ୍ତି । ଗୁରୁତର ୨ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଜ୍ୟ ନାଗରିକ ସୁରକ୍ଷା ଏଜେନ୍ସି ଏକ୍ସରେ ମୃତକଙ୍କ ସମ୍ପର୍କରେ ସୂଚନା ଦେଇଛି । ଶ୍ରମିକଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାରରେ ଦୁଃଖର ବାତାବରଣ ଖେଳିଯାଇଛି । ଅନ୍ୟପଟେ ସରକାର ଏନେଇ କୌଣସି କ୍ଷତିପୂରଣ ଘୋଷଣା କରିନାହାଁନ୍ତି ।

ନେପାଳ ବିମାନ ଦୁର୍ଘଟଣା – ପାଇଲଟଙ୍କ ବ୍ୟତୀତ ସମସ୍ତ ୧୮ ଯାତ୍ରୀ ମୃତ, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓଲି

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories