ସୋମବାରରୁ ରବିବାର : ଚକଟା ଅଟାରେ ମିଶାନ୍ତୁ ବାସ୍‌ ଏହି ଜିନିଷ, କେମିତି ଚମକିବ ଭାଗ୍ୟ..

ଗ୍ରହ-ନକ୍ଷତ୍ର ଚଳନର ପ୍ରଭାବ ବ୍ୟକ୍ତି ବିଶେଷଙ୍କ ଉପରେ ମଧ୍ୟ ପଡିଥାଏ । ଅନେକ ସମୟରେ ଦେଖାଯାଏ, ପରିଶ୍ରମ କରିବା ପରେ ମଧ୍ୟ ସଫଳତା ମିଳିନଥାଏ । ଜାତକରେ ଗ୍ରହଙ୍କ ପ୍ରଭାବ ପାଇଁ ମଧ୍ୟ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ବ୍ୟକ୍ତି ଜୀବନରେ ସମସ୍ୟା ଲାଗି ରହିବା ସହ ଅସଫଳତା ମିଳୁଥିଲେ, ଧନର ଅଭାବ ସହ ଚାକିରି ମିଳିବାରେ ବିଳମ୍ବ ହେଉଥିଲେ, କିଛି ସରଳ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ । ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିବା ଏହି ଉପାୟରେ ଜୀବନରେ ଥିବା ସମସ୍ୟା ଦୂର ହୋଇ ସଫଳତା ମିଳିଥାଏ । ଅଟକି ଥିବା କାମରେ ସଫଳତା ମିଳିଥାଏ । ଏହି ଉପାୟ ଭାଗ୍ୟ ମଧ୍ୟ ଚମକାଇଥାଏ ।

ସୋମବାର – ସୋମବାର ଅଟା ଚକଟିବା ସମୟରେ ସେଥିରେ କିଛି କ୍ଷୀର ମିଶାଇ ଦିଅନ୍ତୁ । ଏହାଦ୍ୱାରା ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ । ବନ୍ଦ ଭାଗ୍ୟର ତାଲା ଖୋଲିଥାଏ ।

ମଙ୍ଗଳବାର – ମଙ୍ଗଳବାର ଦିନ ଅଟା ଚକଟିବା ସମୟରେ ଚିମୁଟାଏ ଲଙ୍କା ଗୁଣ୍ଡ ମିଶାଇ ଦିଅନ୍ତୁ । ଏହାଦ୍ୱାରା ଅଟକି ଥିବା କାମରେ ସଫଳତା ମିଳିଥାଏ ।

ବୁଧବାର – ବୁଧବାର ଅଟା ଚକଟିବା ସମୟରେ ସାମାନ୍ୟ ଯେକୌଣସି ସବୁଜ ଜିନିଷ ମିଶାଇ ଦିଅନ୍ତୁ । ଏହାଦ୍ୱାରା ଘରେ ସର୍ବଦା ଶାନ୍ତି ଓ ସକରାତ୍ମକ ଶକ୍ତି ରହିଥାଏ ।

ଗୁରୁବାର – ଏହି ଦିନ ଅଟା ଚକଟିବା ସମୟରେ ସାମାନ୍ୟ ହଳଦୀ ମିଶାଇ ଦିଅନ୍ତୁ । ଏହାଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ।

ଶୁକ୍ରବାର – ଏହି ଦିନ ଅଟାରେ ସାମାନ୍ୟ ଘିଅ ମିଶାଇ ଦିଅନ୍ତୁ । ଏହାଦ୍ୱାରା ଘରେ କଦାପି ଧନର ଅଭାବ ହୋଇନଥାଏ ।

ଅଗଷ୍ଟ ମାସରେ ଗ୍ରହଙ୍କ ବଡ ଯୋଗ: ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, ଧନ ଠାରୁ ଆରମ୍ଭ କରି ମିଳିବ ଚାକିରି..

ଶନିବାର – ଶନିବାର ଦିନ ଅଟା ଚକଟିବା ସମୟରେ ସାମାନ୍ୟ ସୋରିଷ ତେଲ ମିଶାଇ ଦିଅନ୍ତୁ । ଏହାଦ୍ୱାରା ଶନିଦେବଙ୍କ ବିଶେଷ କୃପା ପ୍ରାପ୍ତି ହେବା ସହ ଅନେକ ସମସ୍ୟା ଦୂର ହୋଇଥାଏ ।

ରବିବାର – ରବିବାର ଦିନ ଅଟା ଚକଟିବା ସମୟରେ ସେଥିରେ ସାମାନ୍ୟ ଗୁଡ ମିଶାଇ ଦିଅନ୍ତୁ । ଏହାଦ୍ୱାରା ସମସ୍ତ ଗ୍ରହଙ୍କ ପ୍ରଭାବ ଦୂର ହୋଇ କର୍ମକ୍ଷେତ୍ରରେ ଉନ୍ନତି ହୋଇଥାଏ ।

 

Comments are closed.