www.samajalive.in
Saturday, December 13, 2025
26.1 C
Bhubaneswar

କେନ୍ଦ୍ର ବଜେଟରେ ଓଡ଼ିଶାର ବିକାଶକୁ ଦିଆଯାଇଛି ଗୁରୁତ୍ୱ

ଭୁବନେଶ୍ୱର:  ଆଜି ଲୋକସଭାରେ ଆଗତ ହୋଇଛି କେନ୍ଦ୍ରୀୟ ବଜେଟା ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪- ୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ କରିଥିବା ଏହି ବଜେଟରେ ଓଡ଼ିଶାର ମହିଳା ଓ ପର୍ଯ୍ୟଟନ ବିକାଶକୁ ପ୍ରାଧାନ୍ୟ ଦେଇଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଉପମୁଖ୍ୟମନ୍ତ୍ରୀ  ପ୍ରଭାତୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଛନ୍ତିା ଶ୍ରୀମତୀ ପରିଡ଼ା ବଜେଟକୁ ସ୍ୱାଗତ କରିବା ସହିତ ଏହାକୁ ଏକ ଯୁଗାନ୍ତକାରୀ ବଜେଟ ବୋଲି ଉଲ୍ଲେଖ କରିଛନ୍ତି।
କେନ୍ଦ୍ର ବଜେଟ ଉପରେ ମତାମତ ରଖି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଗରିବ, ମହିଳା, ଯୁବ ଓ ଅନ୍ନଦାତା(କୃଷକ)ମାନଙ୍କ ବିକାଶ ନିମନ୍ତେ ବିଶେଷ ଧ୍ୟାନ ଦେଇଛନ୍ତିା ମହିଳା ବିକାଶ କ୍ଷେତ୍ରର ଏକାଧ#କ ଯୋଜନାକୁ ତ୍ୱରାନ୍ୱିିତ କରିବା ପାଇଁ ବଜେଟରେ ସେ ଆଲୋକପାତ କରିଛନ୍ତି। କର୍ମକ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣକୁ ବ୍ୟାପକ କରିବା ପାଇଁ ଶିଳ୍ପକ୍ଷେତ୍ର ସହଯୋଗରେ କାର୍ଯ୍ୟରତ ମହିଳାମାନଙ୍କ ପାଇଁ ହଷ୍ଟେଲ ସଂଖ୍ୟା ବୃଦ୍ଧି ସାଙ୍ଗକୁ କ୍ରେଚ ପ୍ରତିଷ୍ଠାର ପ୍ରସ୍ତାବ ରଖାଯାଇଛି। ସହଭାଗିତାରେ ମହିଳା ନିର୍ଦ୍ଦିଷ୍ଟ ଦକ୍ଷତା କାର୍ଯ୍ୟକ୍ରମ ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଉଦ୍ୟୋଗ ପାଇଁ ବଜାର ସୁବିଧାକୁ ପ୍ରୋତ୍ସାହନ ପ୍ରଦାନ କରାଯିବା ଭାରତ ସରକାରଙ୍କ ବିଭିନ୍ନ ଯୋଜନା ଯଥା- ପି. ଏମ. ବିଶ୍କର୍ମା, ପି. ଏମ. ସ୍ୱନିଧ#, ଜାତୀୟ ଜୀବିକା ମିଶନ ଓ ଷ୍ଟାଣ୍ଡ-ଅପ ଯୋଜନା ଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହିଳା ଉଦ୍ୟୋଗୀମାନଙ୍କୁ ଆଥ#ର୍କ ସହାୟତା ଯୋଗାଇ ଦିଆଯିବା ବଜେଟରେ ମହିଳା ନେତୃତ୍ୱ ବିକାଶକୁ ପ୍ରୋତ୍ସାହନ ଦିଆଯାଇ ମହିଳା ଓ ବାଳିକାମାନଙ୍କ ପାଇଁ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟ ବରାଦ କରାଯିବା ଏକ ଉଲ୍ଲେଖଯୋଗ୍ୟ ପଦକ୍ଷେପା
ଉପମୁଖ୍ୟମନ୍ତ୍ରୀ ପରିଡ଼ା ପୁଣି କହିଛନ୍ତି ଯେ ବଜେଟରେ ମଧ୍ୟ ଓଡ଼ିଶା ପର୍ଯ୍ୟଟନକୁ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛିା ଓଡ଼ିଶାର ପ୍ରାକୃତିକ ବିଭବ, ମନ୍ଦିର, କାରିଗରୀ, ଅନ୍ୟାନ୍ୟ କୀର୍ତ୍ତି, ଅଭୟାରଣ୍ୟ ଏବଂ ବେଳାଭୂମିକୁ ନେଇ ଅର୍ଥ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତିା ସାମଗ୍ରିକ ମାନବୀୟ ଦୃଷ୍ଟି ନେଇ ସାମାଜିକ ନ୍ୟାୟ ଓ ଅର୍ଥନୈତିକ ବିକାଶ ଲକ୍ଷ୍ୟରେ ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବା ପୂର୍ବୋଦୟ ଯୋଜନାରେ ଓଡ଼ିଶାକୁ ସାମିଲ କରାଯାଇଛିା ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର ଏବଂ ବ୍ରହ୍ମପୁରରେ ଫୁଡ କୋର୍ଟ ପ୍ରତିଷ୍ଠାକ୍ରମେ ଓଡ଼ିଶା ପର୍ଯ୍ୟଟନକୁ ପ୍ରୋତ୍ସାହନ ଦିଆଯିବା ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ନିବେଶ, ଅଧ#କ କର୍ମନିଯୁକ୍ତି ସୃଷ୍ଟି ସହିତ କାରିଗର, ମହିଳା ଓ ସ୍ୱୟଂ ସହାୟକ ଗୋଷ୍ଠୀର କଲ୍ୟାଣକୁ ସୁଦୂରପ୍ରସାରୀ କରାଯିବା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ୨୦୨୪-୨୫ ନିମନ୍ତେ ଉପସ୍ଥାପିତ ବଜେଟକୁ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କର ଭୂୟସୀ ପ୍ରଶଂସା କରିଛନ୍ତିା ଓଡ଼ିଶାରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଉନ୍ନତି ହେବ ବୋଲି ଶ୍ରୀମତୀ ପରିଡ଼ା ଆଶା ବ୍ୟକ୍ତ କରିଛନ୍ତିା

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories