www.samajalive.in
Thursday, December 11, 2025
15.1 C
Bhubaneswar

ରାସ୍ତାରେ ନାଳ ପାଣି, ବଢୁଛି ଡେଙ୍ଗୁ ଭୟ

ଉତ୍ତରଭୁବନେଶ୍ୱର: ରାଜଧାନୀରେ ଏବେ କାୟା ମେଲାଉଛି ଡେଙ୍ଗୁ। ଗତ ମାସକ ଭିତରେ ଏହି ସଂଖ୍ୟା ବୃଦ୍ଧି ପାଇଚାଲିଛି। ୱାର୍ଡ ନଂ ୧୦ ଶିଳ୍ପାଞ୍ଚଳର ପ୍ରାୟ ୩୩କିଲୋମିଟର ନାଳ ମଧ୍ୟରୁ ଅର୍ଦ୍ଧାଧିକ ନାଳ ଏବେବି ସଫେଇ ହୋଇପାରି ନାହିଁ। ଫଳରେ ନାଳ ପାଣି ଉଚ୍ଛୁଳି ରାସ୍ତାରେ ଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍‌ ଛକରୁ ଦୟା କେନାଲ ପର୍ଯ୍ୟନ୍ତ ଲମ୍ବିଥିବା ମୁଖ୍ୟ ରାସ୍ତା ପାର୍ଶ୍ବ ନାଳ ଏବେବି ଅପରିଚ୍ଛନ୍ନ ଭାବେ ପୋତି ହୋଇ ରହିଛି। ଏକ ସାବୁନ କମ୍ପାନୀର ଦୂଷିତ ଜଳ ରାସ୍ତା ଉପରେ ନିର୍ଗତ ହେଉଛି।

ପୂତିଗନ୍ଧମୟ ପରିବେଶରେ ଲୋକ ଅତିଷ୍ଠ ହୋଇ ପଡିଥିବା ବେଳେ ଯାହାକୁ ଜଣାଇଲେବି କିଛି ସୁଫଳ ମିଳୁନଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏସଂକ୍ରାନ୍ତରେ ସ୍ଥାନୀୟ କର୍ପୋରେଟର ସେକ ନୁର୍‌ ହାସନ କହିଛନ୍ତି, ଏହି ଅଞ୍ଚଳର ନାଳ ସଫେଇ କାର୍ଯ୍ୟ ବିଏମସିର ନୁହେଁ ଇଡ୍‌କୋ ଉପରେ ନ୍ୟସ୍ତ। ଇଡ୍‌କୋ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ପଣ୍ଡା କହିଛନ୍ତି, ପ୍ରାୟ ନାଳଗୁଡ଼ିକ ସଫେଇ କରାଯାଇଛି। ସ୍ଥିତି ଅନୁଧ୍ୟାନ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories