www.samajalive.in
Monday, December 8, 2025
14.1 C
Bhubaneswar

ଜୁଲାଇ ୨୪ରେ ଚନ୍ଦ୍ର ପଛରେ ଲୁଚିବ ଶନି

ଭୁବନେଶ୍ବର:  ଆଗ୍ରହିଜ୍ୟୋତିର୍ବିଜ୍ଞାନୀମାନଙ୍କ ପାଇଁ ଏକ ବିରଳ ମହାଜାଗତିକଘଟଣା ଦେଖିବାର ସୁଯୋଗ ଆସିବ ଜୁଲାଇ ୨୪ ତାରିଖ  ବୁଧବାର ମଧ୍ୟରାତ୍ର ପରେ ।ସେଦିନଖାଲି ଆଖିରେ ଦେଖାଯାଉଥିବା ଶନି ଗ୍ରହ ଚନ୍ଦ୍ର ପଛରେ ଲୁଚି ଯାଇ ଅଦୃଶ୍ୟ ହୋଇ କିଛି ସମୟ ପରେ ପୁନର୍ବାର ଦେଖାଯିବ, ଅନେକ ସ୍ଥାନରେ ୩୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ଶନି ଗ୍ରହ ଚନ୍ଦ୍ର ପଛରେ ଲୁଚିରହିବ ।ଘଟଣାଟିକୁ ଆମେ ଏକ ପ୍ରକାରର ପରାଗ କହିପାରିବା ।ସୂର୍ଯ୍ୟ ପରାଗ ସମୟରେ ଚନ୍ଦ୍ରସୂର୍ଯ୍ୟକୁ ଘୋଡାଇ ଦେଇଥାଏ, ଏଠି ଚନ୍ଦ୍ର ଶନି ଗ୍ରହକୁ ଘୋଡାଇ ଦେବ ।ଆକାଶରେ ଆମକୁ ଖାଲି ଆଖିରେ ଦେଖାଯାଉଥିବା ଚନ୍ଦ୍ର, ସୂର୍ଯ୍ୟ, ତାରା ଓ ଗ୍ରହଗୁଡିକର ଆକାର ପ୍ରକୃତରେ ବହୁତ ବଡ ।

ସେଗୁଡିକ ଆମ ଠାରୁ ଅନେକ ଦୂରରେ ଥିବାରୁ ଆମକୁ ଏପରି ଛୋଟ ଦେଖାଯାଆନ୍ତି । ଆମକୁ ଖାଲି ଆଖିରେ ଦେଖାଯାଉଥିବା ୫ଟି ଗ୍ରହ, ବୁଧ, ଶୁକ୍ର, ମଙ୍ଗଳ, ବୃହଷ୍ପତି ଓ ଶନି ମଧ୍ୟ ସୂର୍ଯ୍ୟ ଚାରିପଟେ ବୁଲୁଛନ୍ତି । ଏଗୁଡ଼ିକ ଆମକୁ ଆକାଶରେ ଏକ ତାରା ଭଳି ଦେଖାଯାଆନ୍ତି । ପୃଥିବୀ, ଚନ୍ଦ୍ର ଓ ଗ୍ରହମାନଙ୍କ ଗତି ଫଳରେ, ପୃଥିବୀ ସହ ଅନ୍ୟଦୁଇଟି ପିଣ୍ଡ ସମୟ ସମୟରେ ଏକ ସରଳରେଖାରେ ଚାଲିଆସନ୍ତି । ସେଗୁଡିକ ଚନ୍ଦ୍ର-ସୂର୍ଯ୍ୟ ଅଥବା ଚନ୍ଦ୍ର ସହ ତାରା ବା ଗ୍ରହ ନ ହେଲେ ସୂର୍ଯ୍ୟ ସହ ଗ୍ରହର ଯୋଡ଼ି ହୋଇପାରେ ।

- Advertisement -

ଯେତେବେଳେ ଲୁଚୁଥିବାର ପିଣ୍ଡଟିର ଆକାର ଲୁଚାଉଥିବା ପିଣ୍ଡର ଆକାର ତୁଳନାରେ ଅନେକ ଗୁଣ ଛୋଟ ହୋଇଥାଏ ସେତେବେଳେ ଏହାକୁ ସମାବରଣ (Occultation)କୁହାଯାଏ ।ଯଦି ଆମ ଆକାଶରେ ବଡ଼ ଦେଖାଯାଉଥିବା ଚନ୍ଦ୍ର ପଛରେ ଖୁବ୍ ଛୋଟ ଦେଖାଯାଉଥିବା ତାରା ବା ଗ୍ରହଟିଏ ଲୁଚିଯାଏ ତା’ହେଲେ ସମାବରଣ ଘଟିଥାଏ । ଚନ୍ଦ୍ର ପଛରେ ଲୁଚିଯାଉଥିବା ତାରା, ଗ୍ରହ, ଉପଗ୍ରହ ଅଥବା ନକ୍ଷତ୍ର ପୁଞ୍ଜ ସମାବରଣ ଖାଲି ଆଖିରେ ଦେଖାଯାଇଥାଏ । ଏହା ଖୁବ୍ ସୁନ୍ଦର ଅନୁଭୂତି । ସବୁ ବର୍ଷ  ଚନ୍ଦ୍ର ପଛରେ କିଛି ତାରା / ଗ୍ରହ ଲୁଚିଥାଆନ୍ତି ।ଚନ୍ଦ୍ର ପଛରେ ଶନି ଗ୍ରହ ଧିରେ ଧିରେ ଲୁଚିବା ଓ ପୁନର୍ବାର ଧିରେ ଧିରେ ଚନ୍ଦ୍ର ପଛରୁ ବାହାରିବା ଅତ୍ୟନ୍ତ ମନୋରମ ଦୃଶ୍ୟ ଅଟେ।ଆକାଶମେଘମୁକ୍ତରହିଲେଓଡିଶାରସବୁଅଞ୍ଚଳରୁଜୁଲାଇ ୨୪ ତାରିଖ  ବୁଧବାର ମଧ୍ୟରାତ୍ର ପରେ ପ୍ରାୟ ୧:୩୦ ମିନିଟରୁ ୨:୩୭ ମିନିଟ୍ ମଧ୍ୟରେ ଏହାକୁ ଖାଲି ଆଖିରେ ଦେଖିହେବ ।

ଏହି ବିରଳ ମହାଜାଗତିକ ଘଟଣା ଦେଖିବାକୁ  ନିର୍ଦ୍ଧାରିତ ସମୟର ପନ୍ଦର ମିନିଟ୍ ପୂର୍ବରୁ ଦେଖିବାକୁ ପଡିବ ।ଏହା ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ଦେଖିହେବ । ଆସନ୍ତୁ ସମସ୍ତେ ଏହି  ସୁନ୍ଦର ଦୃଶ୍ୟକୁ  ଉପଭୋଗ କରିବା ସହ ଏହାପଛରେ ରହିଥିବା  କାରଣଗୁଡିକ ଜାଣିବା ପାରିବା ବୋଲି ପୂର୍ବତନ ଉପନିର୍ଦ୍ଦେଶକ ପଠାଣି ସାମନ୍ତ ପ୍ଲାନେଟାରିୟମ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories