www.samajalive.in
Saturday, December 13, 2025
26.1 C
Bhubaneswar

ଚନ୍ଦ୍ରର ଉଭୟ ମେରୁରେ ବିପୁଳ ପରିମାଣର ଜଳ, ଅନୁଧ୍ୟାନ କରିବେ ଆମେରିକା ଓ ଚୀନ

ଚନ୍ଦ୍ରରେ କେତେ ପରିମାଣର ଜଳ ଗଚ୍ଛିତ ରହିଛି ସେ ସମ୍ପର୍କରେ ଅନୁଧ୍ୟାନ କରିବାକୁ ଅଣ୍ଟା ଭିଡିଛନ୍ତି ଆମେରିକା ଓ ଚୀନ। ଚନ୍ଦ୍ରର ଉଭୟ ମେରୁରେ ବିପୁଳ ପରିମାଣର ଜଳ ବରଫ ଅବସ୍ଥାରେ ରହିଥିବା ବେଳେ ପ୍ରକୃତରେ କେତେ ପରିମାଣ ଜଳ ରହିଛି ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ହାସଲ କରିବାକୁ ଆମେରିକା ଓ ଚୀନ୍‌ ଖୁବ୍‌ଶୀଘ୍ର ସ୍ବତନ୍ତ୍ର ଅନୁଧ୍ୟାନ ଆରମ୍ଭ କରିବାକୁ ଯାଉଛନ୍ତି। ନାସାର ଭାଇପର ମିଶନ ଏ କ୍ଷେତ୍ରରେ ବେଶ୍‌ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ଆଶା ରହିଛି।

ନାସାର ଲୁନାର ଆଇସ୍‌କ୍ୟୁବ, ଲୁନାର ଫ୍ଲାସଲାଇଟ୍‌ ଓ ଲୁନାର ଏଚ୍‌-ମ୍ୟାପ୍‌ ଅଭିଯାନ ମଧ୍ୟ ଚନ୍ଦ୍ରରେ ଜଳର ପରିମାଣ ସମ୍ପର୍କରେ ତଥ୍ୟ ପ୍ରଦାନ କରିବ ବୋଲି ଜଣାପଡ଼ିଛି। ସେହିପରି ଚୀନ୍‌ର ଚାଙ୍ଗ’ଇ-୭ ମିଶନ ଚନ୍ଦ୍ରର ଦକ୍ଷିଣ ମେରୁରେ ଥିବା ଜଳର ପରିମାଣ ସମ୍ପର୍କରେ ଅନୁଧ୍ୟାନ କରିବ। ଲୁନାର ମାଇକ୍ରୋୱେବ ଇମେଜିଂ ରାଡାର, ଲୁନାର ନ୍ୟୁଟ୍ରନ ଗାମା ସ୍ପେ​‌େ​‌କ୍ଟ୍ରାମିଟର, ଲୁନାର ୱାଟର ମଲିକ୍ୟୁଲାର ଆନାଲାଇଜର୍‌ ମାଧ୍ୟମରେ ଏହି କାର୍ଯ୍ୟ ସମ୍ପାଦନ ପାଇଁ ଯୋଜନା ରଖାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories