www.samajalive.in
Sunday, December 14, 2025
26.1 C
Bhubaneswar

ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର

ଲାଞ୍ଜିଗଡ: ନିର୍ବାଚନ ପରେ ପ୍ରଥମ ଥର ପାଇଁ ଆଜିଠାରୁ ପୁଣିଥରେ ଲାଞ୍ଜିଗଡ ବ୍ଲକ ପ୍ରଶାସନ ଦ୍ୱାରା  ପଞ୍ଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର  ଅନୁଷ୍ଠିତ ହୋଇଯାଇଛି। ଏହିକ୍ରମରେ ଆଜି ଚମ୍ପାଦେଇପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସାପ୍ତାହିକ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।
ଲାଞ୍ଜିଗଡ ବ୍ଲକ ପ୍ରଶାସନ ପକ୍ଷରୁ ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ର, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଏପିଇଓ ସଞ୍ଜିତ କୁମାର ପରିଡା, ଯୋଗାଣ ଅଧିକାରୀ ଦିଲିପ କୁମାର ନାୟକ, ମଙ୍ଗଳ ଅଧିକାରୀ ପଙ୍କଜ କୁମାର ବଳିୟାର ସିଂହ, ସାମାଜିକ ସମ୍ପ୍ରସାରଣ ଅଧିକାରୀ ଅରବିନ୍ଦ ମହାପାତ୍ର, ମତ୍ସ୍ୟ ଅଧିକାରୀ ଦେବବ୍ରତ ନାଏକ, ଲାଞ୍ଜିଗଡ ପୁଲିସ ପକ୍ଷରୁ ଏସଆଇ ଲିଙ୍ଗରାଜ ସେଠୀ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିବାକର ପ୍ରଧାନ, ବନବିଭାଗ ପକ୍ଷରୁ ସୁରେଶ ରାଉତ, ଶିକ୍ଷା ବିଭାଗ ପକ୍ଷରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦ୍ରୋଣ ରଣାଙ୍କ ସମେତ ବ୍ଲକସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇ ଅଂଚଳବାସୀଙ୍କ ଅଭିଯୋଗ ଗ୍ରହଣ କରିଥିଲେ।
ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ନାଏବ ସରପଞ୍ଚ ଭାନୁମତୀ ଘଡେଇ, ବିଶ୍ୱନାଥପୁର ପିଇଓ ପ୍ରମୋଦ ସାହୁ, ଚମ୍ପାଦେଇପୁର ପିଇଓ ଗଣେଶ୍ୱର ସାହୁ, ବିଏଫଟି ସୋମନାଥ ମାଝୀ, ଏଡିଇଓ ମୀନକେତନ ଦଳେଇ, ଯୋଗାଣ ସହାୟକ ଗୁପ୍ତେଶ୍ୱର ପଧାନ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଅବସରରେ ୮୯ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories