www.samajalive.in
Friday, December 5, 2025
26.1 C
Bhubaneswar

୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଲକ୍ଷ୍ୟ ହାସଲ ହେବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସୋମବାରଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ଦେବା ସହିତ ଆଗାମୀ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ହେବ ବୋଲି କହିଛନ୍ତି। ମୋଦୀ କହିଥିଲେ ଯେ, ୬୦ ବର୍ଷ ପରେ କୌଣସି ସରକାର ୩ୟ ଥର ଲାଗି ଲଗାତର କ୍ଷମତାକୁ ଆସିଛି ଏବଂ ୩ୟ ଥର ଲାଗି ପ୍ରଥମ ବଜେଟ ଉପସ୍ଥାପନ କରିବାକୁ ଯାଉଛି। ଅମୃତ କାଳ ପାଇଁ ଏହି ବଜେଟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଏହି ବଜେଟ ଆମର ଆଗାମୀ ୫ବର୍ଷର କାର୍ଯ୍ୟକାଳର ଦିଗ ନିର୍ଦ୍ଧାରଣ କରିବ ଏବଂ ବିକଶିତ ଭାରତ ସ୍ଵପ୍ନର ସୁଦୃଢ଼ ମୂଳଦୁଆ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୋଦୀ ନିଜ ଅଭିଭାଷଣରେ ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଗୃହର କାର୍ଯ୍ୟ ସମୟରେ ସଂସଦର ଗରିମାକୁ ଅକ୍ଷୁଣ୍ଣ ରଖିବାକୁ ଅନୁରୋଧ କରିଛନ୍ତି।

ଏହି ମୌସୁମୀ ଅଧିବେଶନର ୨ୟ ଦିବସ ଅର୍ଥାତ ଜୁଲାଇ ୨୩ରେ ମୋଦୀ କାର୍ଯ୍ୟକାଳ ୩.୦ ର ପ୍ରଥମ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ପୂର୍ବରୁ ଆଜି ଅର୍ଥମନ୍ତ୍ରୀ ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପନ କରିବେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories