www.samajalive.in
Saturday, December 13, 2025
26.1 C
Bhubaneswar

ଫେସନ ଶୋ’ ରାମ୍ପରେ ମୋଦୀ, ପୁଟିନ, ବାଇଡେନ, ଟ୍ରମ୍ପ ! ଦେଖନ୍ତୁ ଭିଡିଓ- କିପରି ଚାଲୁଛନ୍ତି ଏହି ବିଶ୍ଵସ୍ତରର ନେତା

ସମାଜ ଡିଜିଟାଲ ଡେସ୍କ: ଶୀର୍ଷକଟି ସାମାନ୍ୟ ଆଶ୍ଚର୍ଯ୍ୟ କରୁଥାଇପାରେ। ହେଲେ ଏକ ଭିଡିଓରେ ଏଭଳି କିଛି ହିଁ ଦେଖିବାକୁ ମିଳିଛି। ଯେଉଁଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏକ ଫେସନ ଶୋ’ରେ ରାମ୍ପ ଓ୍ବାକ୍‌ କରୁଛନ୍ତି। ତେବେ ଏହି ରାମ୍ପ ଓ୍ବାକ ବାସ୍ତବିକ ନୁହେଁ। ଏହା ହେଉଛି ଏକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଫେସନ ଶୋ’, ଯେଉଁଠି ବିଶ୍ଵସ୍ତରୀୟ ନେତାମାନଙ୍କର ଏଆଇ ମଡେଲଗୁଡ଼ିକୁ ରାମ୍ପ ଓ୍ବାକ କରାଯାଇଛି।


କେବଳ ଏହି ନେତା ନୁହନ୍ତି, ଆମେରିକା ରାଷ୍ଟ୍ରପତି ନିର୍ବାଚନର ଚଳିତ ଥରର ପ୍ରାର୍ଥୀ କମଳା ହାରିସ, ଏଲନ ମସ୍କ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋନ ଉଙ୍ଗ, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଏଆଇ ମଡେଲ ବି ଉକ୍ତ ରାମ୍ପରେ ଓ୍ବାକ କରୁଥିବା ଦେଖାଯାଇଛି। ପ୍ରତ୍ୟେକ୍ତ ନେତାଙ୍କୁ ଭବିଷ୍ୟତ ପାଇଁ ଉପଯୁକ୍ତ ସ୍ଵତନ୍ତ୍ର ବେଶଭୂଷାରେ ସଜ୍ଜିତ କରାଯାଇଛି। ଭିଡିଓ ଆରମ୍ଭରେ ଧଳା ବସ୍ତ୍ର ପରିହିତ ପୋପ ଫ୍ରାନସିସଙ୍କ ଏକ ମଡେଲ ଚାଲୁଥିବା​ ଦେଖିବାକୁ ମିଳିଛି। ସେହିପରି ବିଶିଷ୍ଟ ଶିଳ୍ପପତି ଜେଫ ବେଜୋସ, ଓ୍ବାରେନ ବଫେଟ୍‌, ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ପ୍ରମୁଖଙ୍କ ଏଆଇ ମଡେଲକୁ ବି ଭିନ୍ନ ଭିନ୍ନ ବେଶରେ ଦେଖିବାକୁ ମିଳିଛି। ତେବେ ଏହି ଭିଡିଓକୁ ଶେୟାର କରିଛନ୍ତି ଟେସଲା ମାଲିକ ଏଲନ ମସ୍କ। ସୋମବାର ସେ  ତାଙ୍କ ଏକ୍ସ’ ଆକାଉଣ୍ଟରେ ଭିଡିଓଟିକୁ ପୋଷ୍ଟ କରିଛନ୍ତି।

ଦେଖନ୍ତୁ ଭିଡ଼ିଓ; ଚିତା ବାଘ କୋଳରେ ଏମିତି ଶୋଇଛନ୍ତି ମହିଳା

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories