www.samajalive.in
Wednesday, December 10, 2025
18.1 C
Bhubaneswar

କମୁଛି ବ୍ୟାଙ୍କରେ ସଞ୍ଚୟ ଆଗ୍ରହ, ମ୍ୟୁଚୁଆଲ ଫଣ୍ଡରେ ବଢ଼ୁଛି ନିବେଶ

ନୂଆଦିଲ୍ଲୀ: ଭାରତୀୟ ସେମାନଙ୍କ ବଳକା ଅର୍ଥକୁ ସଞ୍ଚୟ ପାଇଁ ବ୍ୟାଙ୍କରେ ରଖିଥାନ୍ତି। ତେବେ କିଛି ବର୍ଷ ମଧ୍ୟରେ ଏଥିରେ ପରିବର୍ତ୍ତନ ଦେଖାଦେଇଛି। ଏବେ ଭାରତୀୟ ସେମାନଙ୍କ ବଳକା ଅର୍ଥକୁ ବ୍ୟାଙ୍କ ବଦଳରେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାକୁ ଅଧିକ ପସନ୍ଦ କରୁଛନ୍ତି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।

ଶୁକ୍ରବାର ଆଧୁନିକ ବ୍ୟାଙ୍କିଙ୍ଗ, ଆର୍ଥିକ ସେବା ଓ ବୀମା ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ଦାସ କହିଛନ୍ତି ଯେ, ପାରମ୍ପରିକ ଭାବେ ଭାରତୀୟ ବ୍ୟାଙ୍କରେ ସଞ୍ଚୟ କରିବାକୁ ପସନ୍ଦ କରିଥାନ୍ତି। ତେବେ ଏବେ ଏହି ଧାରାରେ ପରିବର୍ତ୍ତନ ଦେଖାଦେଉଛି। ଏବେ ଭାରତୀୟ ସେମାନଙ୍କ ବଳକା ଅର୍ଥକୁ ବ୍ୟାଙ୍କ ବଦଳରେ ମ୍ୟୁଚୁଆଲ ଫଣ୍ଡ ଓ ପୁଞ୍ଜି ବଜାରରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି ବୋଲି ସେ କହିଛନ୍ତି। ନିବେଶ ଢାଞ୍ଚାରେ ଏଭଳି ପରିବର୍ତ୍ତନ ବ୍ୟାଙ୍କ ଉପରେ ମହତ୍ତ୍ବପୂର୍ଣ୍ଣ ପ୍ରଭାବ ପକାଉଛି। ଋଣ ଏବଂ ଜମା ମଧ୍ୟରେ ବ୍ୟବଧାନକୁ ଦୂର କରିବା ପାଇଁ ବ୍ୟାଙ୍କ ବର୍ତ୍ତମାନ ବିକଳ୍ପ ପଦ୍ଧତି ଖୋଜିବା ଆବଶ୍ୟକ।

- Advertisement -

ସମ୍ପ୍ରତି ବିଶ୍ବ ବ୍ୟାଙ୍କିଙ୍ଗ ଘଟଣା ବିଷୟରେ ଅବଗତ କରି ଗଭର୍ଣ୍ଣର ଶ୍ରୀ ଦାସ ୨୦୨୩ରେ ଆମେରିକା ଏବଂ ସ୍ୱିଜରଲ୍ୟାଣ୍ଡରେ ବ୍ୟାଙ୍କିଙ୍ଗ ସଙ୍କଟ ପ୍ରତି ଧ୍ୟାନ ଆକର୍ଷଣ କରିଛନ୍ତି, ଯାହାକି କେତେକ ବ୍ୟବସାୟିକ ମଡେଲରେ ଥିବା ବିପଦ ଏବଂ ଦୁର୍ବଳତାକୁ ଦର୍ଶାଉଛି। ତେବେ ବର୍ଷକୁ ବର୍ଷ ବ୍ୟାଙ୍କ ଜମା ଉପରେ ସୁଧ ହାର କମୁଥିବା ବେଳେ ମ୍ୟୁଚୁଆଲ ଫଣ୍ଡରେ ଅଧିକ ସୁଧ ମିଳୁଛି। ତେଣୁ ଲୋକେ ବ୍ୟାଙ୍କ ଛାଡ଼ି ମ୍ୟୁଚୁଆଲ ଫଣ୍ଡ ମୁହଁା ହେଉଥିବା ଜଣାଯାଇଛି। ବ୍ୟାଙ୍କ ଏପରି ସ୍ଥିତିର ମୁକାବିଲା କରି ନ ପାରିଲେ ଆଗକୁ ବ୍ୟାଙ୍କରେ ନଗଦ ସଙ୍କଟ ଦେଖାଦେଇପାରେ ବୋଲି ଶ୍ରୀ ଦାସ କହିଛନ୍ତି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories