ଓଡ଼ିଶାର ଯୁବ ଚେସ୍ ପ୍ରତିଭାଙ୍କ ପାଇଁ ପ୍ରୋଚେସ୍ ପ୍ରଶିକ୍ଷଣ ଏକାଡେମୀ ପାଲଟିଛି ଆଶାର କିରଣ

ଭୁବନେଶ୍ୱର: କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ଆଜି ପ୍ରୋଚେସ୍ ପ୍ରଶିକ୍ଷଣ ଏକାଡେମୀ(ପ୍ରୋଚେଷ୍ଟା)ର ପ୍ରତିଷ୍ଠା ଦିବସ ଓ ଅନ୍ତର୍ଜାତୀୟ ଚେସ୍ ଦିବସ ଅବସରରେ ଏକ ପାଠାଗାର ଉଦଘାଟନ କରିଛନ୍ତି। ଏହି ପ୍ରତିଷ୍ଠା ସମାରୋହରେ ଶ୍ରୀ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଚେସ୍ ଖେଳକୁ ପ୍ରୋତ୍ସାହନ ଦେବା ଓ ପ୍ରତିଭାମାନଙ୍କୁ ପ୍ରଶିକ୍ଷିତ କରିବା ଦିଗରେ ଏକାଡେମୀର ପ୍ରୟାସ ରାଜ୍ୟରେ ଏକ ନୂଆ ମାନଦଣ୍ଡ ସୃଷ୍ଟି କରିଛି। ଚେସ୍ ଖୋଳଳିମାନେ ଯେପରି ଉତ୍ତମ ପ୍ରଦର୍ଶନ କରି ଓଡ଼ିଶା ପାଇଁ ଗୌରବ ଅର୍ଜନ କରିବାରେ ସର୍ବୋତ୍ତମ ସୁଯୋଗ ପାଇବେ ସେଥିପାଇଁ ବିଭାଗ ସମସ୍ତ ସହଯୋଗ ଯୋଗାଇଦେବା ପାଇଁ ପ୍ରତିଶ୍ରୁତିବଦ୍ଧ।

ଓଡ଼ିଶାର ଯୁବ ଚେସ୍ ପ୍ରତିଭାଙ୍କ ପାଇଁ ଏହି ଏକାଡେମୀ ଆଶାର କିରଣ ପାଲଟିଛି। ଆଗାମୀ ଦିନରେ ଏହି ଏକାଡେମୀ ବିଶ୍ୱସ୍ତରୀୟ ଚେସ୍ ଖେଳାଳି ସୃଷ୍ଟି କରି ଓଡ଼ିଶାକୁ ଗୌରବାନ୍ୱିତ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତିା
ପ୍ରକାଶ ଯୋଗ୍ୟ ଯେ ପ୍ରୋଚେସ୍ ପ୍ରଶିକ୍ଷଣ ଏକାଡେମୀ ଚେସ୍ ପ୍ରତିଭାଙ୍କୁ ପ୍ରଶିକ୍ଷିତ ଓ ପ୍ରୋତ୍ସାହିତ କରିବାର ଏକ ବର୍ଷ ସଫଳତାର ସହ ପୂରଣ କରିଛିା ଚେସ୍ ଖେଳପ୍ରତି ଅନୁରାଗ ରଖୁଥିବା ଯୁବପ୍ରତିଭାମାନଙ୍କୁ ଏହି ଖେଳ ଶିଖିବା, ପାରଦର୍ଶିତା ଲାଭ କରିବା ଏବଂ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ପାଇଁ ଗୋଟିଏ ସ୍ଥାନରେ ସମସ୍ତ ସୁବିଧାସୁଯୋଗ ପ୍ରଦାନ କରିବାର ଆଭିମୁଖ୍ୟ ନେଇ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି ଏକାଡେମୀ ପ୍ରତିଷ୍ଠା କରାଯାଇଥିଲା।

ଉଦଘାଟନୀ ବର୍ଷରେ ପ୍ରୋଚେସ୍ ପ୍ରଶିକ୍ଷଣ ଏକାଡେମୀ ପ୍ରୋଡିଜି ଟୁର୍ଣ୍ଣାମେଣ୍ଟ, ଗ୍ରୀଷ୍ମକାଳୀନ ଶିବିର, ଗ୍ରୀଷ୍ମକାଳୀନ ଗ୍ରାଣ୍ଡମାଷ୍ଟର ପ୍ରଶିକ୍ଷଣ ଶିବିର, ଚେସ୍ ରିପବ୍ଲିକ, ଅଲ୍ ଓଡ଼ିଶା ଓପନ୍ ସ୍କୁଲ ରାପିଡ୍ ଚେସ୍ ଟୁର୍ଣ୍ଣାମେଣ୍ଟ, ଗ୍ରାଣ୍ଡମାଷ୍ଟର ଚେସ୍ ଟ୍ରେନିଂ କ୍ୟାମ୍ପ, ୭ ବର୍ଷରୁ କମ୍ ଚେସ ଖେଳାଳିଙ୍କ ଜାତୀୟ ପ୍ରସ୍ତୁତି ଶିବିର ଏବଂ ରାଜ୍ୟସ୍ତରୀୟ ବ୍ଲିଜ୍ ଚେସ୍ ଚମ୍ପିଅନସିପ୍ ୨୦୨୩ ସମେତ ଅନେକ ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବାରେ ସକ୍ଷମ ହୋଇଛି।

ବିଶେଷଜ୍ଞଙ୍କ ମାର୍ଗଦର୍ଶନରେ ଉଦୀୟମାନ ଚେସ୍ ଖେଳାଳିଙ୍କ ଦକ୍ଷତା ବୃଦ୍ଧି ପାଇଁ ଏହି ଇଭେଣ୍ଟଗୁଡ଼ିକ ବିଶେଷ ସୁଯୋଗ ପ୍ରଦାନ କରିଛି। ଏହି ଏକାଡେମୀ ସର୍ବଭାରତୀୟ ଚେସ୍ ମହାସଂଘ ଓ ଓଡ଼ିଶା ଚେସ୍ ସଂଘର ସହଯୋଗରେ ଯୁବ ଚେସ୍ ପ୍ରତିଭାଙ୍କ ସର୍ବାଙ୍ଗୀନ ବିକାଶ ଓ ଉନ୍ନତି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛିା
ଫିଡେ ଟ୍ରେନର ତଥା ଇଣ୍ଟରନ୍ୟାସନାଲ ମାଷ୍ଟର ଏସ. ସତ୍ୟପ୍ରଜ୍ଞ ଏହି ଏକାଡେମୀରେ ପ୍ରଶିକ୍ଷାର୍ଥୀମାନଙ୍କୁ ସମୁଚିତ ପରାମର୍ଶ ଓ ପ୍ରଶିକ୍ଷଣ ଦେଇ ଖେଳାଳିଙ୍କ ଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରୁଛନ୍ତିା ତାଙ୍କର ମାର୍ଗଦର୍ଶନ ରାଜ୍ୟର ଅନେକ ପ୍ରତିଭାବାନ ଚେସ୍ ଖେଳାଳିଙ୍କ ଭବିଷ୍ୟତ ଗଢ଼ିବାରେ ସହାୟକ ହୋଇଛି। ଏହି ସମାରୋହରେ ରାଜ୍ୟ ଚେସ୍ ସଂଘର ସଦସ୍ୟ ଓ ଯୁବପ୍ରତିଭାମାନେ ଯୋଗଦେଇଥ#ଲୋ

Comments are closed.