www.samajalive.in
Wednesday, December 10, 2025
26.1 C
Bhubaneswar

ନୋକିଆ-୧୦୬(୨୦୧୮)ର ବଜାର ପ୍ରବେଶ

ନୂଆଦିଲ୍ଲୀ : ୨୦୧୮ ବର୍ଷ ଡିସେମ୍ବରରେ ନୋକିଆ ୮.୧ର ବଜାର ପ୍ରବେଶ କରିଥିଲା। ସେହିଭଳି ଏଚଏମଡି ଗ୍ଲୋବାଲର ଆଉ ଏକ ନୂଆ ଫୋନ ନୋକିଆ ୧୦୬(୨୦୧୮)ର ବଜାର ପ୍ରବେଶ ହୋଇଛି। ଏହାର ବିକ୍ରି ଆରମ୍ଭ ହୋଇସାରିଛି। ଏହା ଉଭୟ ଅଫଲାଇନ ଏବଂ ଅନଲାଇନ ଷ୍ଟୋରେରେ ଉପଲବ୍ଧ ରହିଛି। ଏହା ନୋକିଆ ୱେବସାଇଟ ସହିତ ଫ୍ଲିପକାର୍ଟ, ଆମାଜନରେ ଉପଲବ୍ଧ ରହିଛି। ଏହି ଫୋନର ଖାସ୍‍ କଥା ହେଉଛି ଏହାକୁ ଥରେ ଚାର୍ଜ କରିବା ଦ୍ୱାରା ୨୧ଦିନ ପର୍ଯ୍ୟନ୍ତ ଚାର୍ଜ ରଖିଥାଏ। ଭାରତରେ ନୋକିଆ ୧୦୬(୨୦୧୮)ର ମୂଲ୍ୟ ୧,୨୯୯ଟଙ୍କା। ଏହି ଫୋନ ବର୍ତ୍ତମାନ ‘ଗ୍ରେ’ ରଙ୍ଗରେ ଉପଲବ୍ଧ ରହିଛି। ଫ୍ଲିପକାର୍ଟରୁ ଫୋନଟି କିଣିଲେ ଆକ୍ସିସ ବ୍ୟାଙ୍କର କ୍ରେଡିଟ କାର୍ଡରୁ ପେମେଣ୍ଟ କରିବାଦ୍ୱାରା ୧୦ପ୍ରତିଶତ ରିଆତି ପାଇପାରିବେ। ଏଥିରେ ଡୁଆଲ ସିମ ସପୋର୍ଟ ସହିତ ୧.୮ଇଞ୍ଚର କ୍ୟୁକ୍ୟୁଭିଜିଏ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୧୬୦/୧୨୦ପିକ୍ସଲ ରହିଛି। ଫୋନରେ ମେଡିଆଟେକର ଏମଟି୬୨୬୧ଡି ପ୍ରୋସେସର, ୪ଏମବି ରାମ ଏବଂ ୪ଏମବି ଷ୍ଟୋରେଜ ରହିଛି। ଏହାବ୍ୟତୀତ ଫୋନରେ ୩.୫ଏମ୍‍ଏଚ୍‍ର ହେଡଫୋନ ଜ୍ୟାକ୍‍ ମଳିବ। ଫୋନରେ ଏଫଏମ୍‍ ରେଡିଓ ଏବଂ ଏଲଇଡି ଫ୍ଲାସ ଲାଇଟ ସୁବିଧା ଦିଆଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories