www.samajalive.in
Monday, December 8, 2025
17.1 C
Bhubaneswar

ବଜ୍ରପାତରେ ୧୩ ମହିଳା ଆହତ, ଉମରକୋଟ ଚିକିତ୍ସାଳୟରେ ଭର୍ତ୍ତି

ଉମରକୋଟ/ଡାବୁଗାଁ : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ନନ୍ଦପୁରାରେ ସନ୍ଧ୍ୟା ସମୟରେ ବଜ୍ରପାତରେ ୧୩ ମହିଳା ଆହତ ହୋଇଛନ୍ତି। ସେମାନେ ହେଲେ ମଞ୍ଚାବତୀ କନ୍ଧପାନ , ଧନମତି କନ୍ଧପାନ , ସତ୍ୟାବତୀ କନ୍ଧପାନ , ରୁକ୍ମଣୀ କନ୍ଧପାନ , ନିକିତା କନ୍ଧପାନ , ରତ୍ନାବତି କନ୍ଧପାନ , ଗୋମତି କନ୍ଧପାନ , ମଙ୍ଗରି ଗାଣ୍ଡା , ମନ୍ଦନା ଗାଣ୍ଡା , ପାରୋ ଭତରା , ଲକ୍ଷ୍ମୀ ମୁଣ୍ଡା , ମିନା ମୁଣ୍ଡା ଓ ମାଝିଆ ରେଖା କନ୍ଧପାନ । ବିଲରେ ପ୍ରାୟ ୧୫ ଜଣ ମହିଳା ଧାନରୁଆ କରିବା ସମୟରେ ହଠାତ୍ ବଜ୍ରାଘାତ ହୋଇଥିଲା । ଘଟଣାସ୍ଥଳରୁ ଦୁଇଜଣ ମହିଳା ଆସି ଗ୍ରାମରେ ଖବର ଦେବା ପରେ ଗ୍ରାମବାସୀ ସମସ୍ତଙ୍କୁ ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତର ରହିଛନ୍ତି । ସମସ୍ତେ ବର୍ତ୍ତମାନ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories