ସୁନ୍ଦରଗଡ଼ : ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଛାତ୍ରୀ ନିବାସର ୫୦ରୁ ଊର୍ଦ୍ଧ୍ବ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ୨୦ଜଣ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାତ୍ର ଭୋଜନ ପରେ ସମସ୍ତଙ୍କ ପେଟ ମୋଡ଼ି ହେବା ସହ ଦରଜ ହୋଇଥିଲା। ଏହାସହ ଝାଡ଼ାବାନ୍ତି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତ୍ର ଭୋଜନରେ ଛାତ୍ରୀଙ୍କୁ ଭାତ,ଡାଲି ଏବଂ ଆଳୁ ପୋଟଳ ଚିପ୍ସ ଖାଇବାକୁ ଦିଆଯାଇଥିଲା। ଖାଦ୍ୟ ଖାଇବା ପରେ ହଠାତ ୫୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ। ସମସ୍ତଙ୍କୁ ପେଟ ମୋଡ଼ି ହେବା ସହ ଝାଡ଼ାବାନ୍ତି ହୋଇଥିଲା। ଆମ୍ବୁଲାନ୍ସ ଡାକି ସମସ୍ତଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତେବେ ବର୍ତ୍ତମାନ ୨୦ଜଣଙ୍କ ଚିକିତ୍ସା ଚାଲିଥିବା ଜଣାଯାଇଛି। ଖରାପ ଖାଦ୍ୟ ଯୋଗୁଁ ଛାତ୍ରୀଙ୍କ ସ୍ବାସ୍ଥ୍ୟ ବିଗିଡ଼ିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଛାତ୍ରୀ ନିବାସ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
Popular Categories



