ଶ୍ରୀନଗର: ଭାରତ-ପାକ୍ ନିୟନ୍ତ୍ରଣ ରେଖା ନିକଟରେ ବରଫ ଚଟାଣ ତଳେ ଚାପି ହୋଇ ଜଣେ ସୈନିକଙ୍କ ମୃତ୍ୟୁ ଘଟିଛି। ମୃତ ସୈନିକ ଜଣକ ଲାନ୍ସ ନାୟକ ସପନ ମେହେରା ବୋଲି ଜଣାପଡ଼ିଛି। ଜାମ୍ମୁକାଶ୍ମୀରର ପୁଞ୍ଚ ସେକ୍ଟରରେ ଗୁରୁବାର ଘଟିଥିବା ଏହି ଦୁର୍ଘଟଣାରେ ଅନ୍ୟ ଜଣେ ସୈନିକ ମଧ୍ୟ ଆହତ ହୋଇଛନ୍ତି।
ବରଫ ଚଦର ତଳେ ପୋତି ହୋଇଥିବା ଖବର ମିଳିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଦୁଇଜଣଙ୍କ ସୈନିକଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ତୁ ସେତେବେଳକୁ ମେହେରାଙ୍କ ମୃତ୍ୟୁ ଘଟିସାରିଥିଲା। ଆହତଙ୍କୁ ତୁରନ୍ତ ଡାକ୍ତରଖାନା ପଠାଯାଇଛି।
ବରଫପାତ ଯୋଗୁଁ ୨୦୧୬ ଫେବୃଆରୀରେ ସିଆଚେନ୍ରେ ମାଡ୍ରାସ ରେଜିମେଣ୍ଟର ଜଣେ ଜୁନିଅର କମିଶନ୍ଡ୍ ଅଫିସର ଓ ୯ ଜଣ ଯବାନ ସହିଦ ହୋଇଥିଲେ। ୨୫ ଫୁଟ ତଳେ ଫସି ରହିଥିବା ଲାନସ ନାଏକ ହନୁମାନ ଥାପ୍ନାଙ୍କୁ ୬ ଦିନ ପରେ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
ବରଫ ତଳେ ଚାପି ହୋଇ ସୈନିକ ମୃତ
Popular Categories



