www.samajalive.in
Monday, December 8, 2025
13.1 C
Bhubaneswar

ଜାତୀୟ ରାଜନୀତିରେ ନିର୍ଣ୍ଣାୟକ ଭୂମିକା ନେବେ କେସିଆର

ହାଇଦ୍ରାବାଦ୍‍: ଆସନ୍ତା ସାଧାରଣ ନିର୍ବାଚନ ପରେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି(ଟିଆରଏସ୍‍) ଜାତୀୟ ରାଜନୀତିରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ତେଲେଙ୍ଗାନାର ୧୭ଟି ଲୋକସଭା ଆସନ ମଧ୍ୟରୁ ୧୬ଟି ଆସନରେ ଟିଆରଏସ୍‍ ସାଂସଦ ଜିତିବେ। ଏହାପରେ ନିର୍ବାଚନ ପରବର୍ତ୍ତୀ ମେଣ୍ଟରେ ଟିଆରଏସ୍‍ ଶକ୍ତିଶାଳୀ ରହିବ। ଏଭଳି ଆକଳନ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପୁତ୍ର ତଥା ଟିଆରଏସ୍‍ର କାର୍ଯ୍ୟକାରୀ ଅଧ୍ୟକ୍ଷ କେ ଟି ରାମାରାଓ। ଏପରିକି ଆବଶ୍ୟକ ହେଲେ କେସିଆର ଦିଲ୍ଲୀର ବେକ ମୋଡ଼ିପାରିବେ ବୋଲି ପ୍ରତୀକାତ୍ମକ ଭାବେ କହିଛନ୍ତି ରାମାରାଓ।
କେଟି ରାମାରାଓ କହିଛନ୍ତି ଯେ ଏବେ ବିଜେପିର ଆତ୍ମବିଶ୍ୱାସ କମୁଛି। କଂଗ୍ରେସର ଆତ୍ମବିଶ୍ୱାସ ନାହିଁ କହିଲେ ଚଳେ। ଏଭଳି କ୍ଷେତ୍ରରେ ପ୍ରତିଟି ଲୋକସଭା ଆସନ ଗୁରୁତ୍ୱପୂର୍ଣ୍ଣ। ତେଲେଙ୍ଗାନାରେ ଗତ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ କେ ଚନ୍ଦ୍ରଶେଖର ରାଓ ଅଣବିଜେପି ଓ ଅଣକଂଗ୍ରେସ ରାଜନୈତିକ ଦଳଙ୍କୁ ନେଇ ଫେଡେରାଲ୍‍ ଫ୍ରଣ୍ଟ ଗଠନ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି କ୍ରମରେ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସପା ସୁପ୍ରିମୋ ଅଖିଳେଶ ଯାଦବ ପ୍ରମୁଖଙ୍କୁ ଭେଟି ଆଲୋଚନା କରିଛନ୍ତି। ଯଦି ସରକାର ଗଠନ ପାଇଁ ପୂର୍ଣ୍ଣ ବହୁମତ ନ ମିଳେ ତେବେ ଆଞ୍ଚଳିକ ଦଳମାନେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବେ। ଏଭଳି ପରିସ୍ଥିତିରେ ଆଞ୍ଚଳିକ ଦଳମାନେ ସେମାନଙ୍କ ରାଜ୍ୟର ବିକାଶ ପାଇଁ ଆବଶ୍ୟକ ମୂଲଚାଲ କରିପାରିବେ ବୋଲି ରାମାରାଓ କହିଛନ୍ତି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories