ମଧ୍ୟପ୍ରଦେଶ ସଚିବାଳୟରୁ ପୁଣି ଶୁଭିବ ବନ୍ଦେ ମାତରମ୍
ଭୋପାଳ: ମଧ୍ୟପ୍ରଦେଶ ସଚିବାଳୟରେ ମାସର ପ୍ରଥମ ଦିନ ବନ୍ଦେ ମାତରମ୍ ପୁଣି ଶୁଭିବ। ବିଜେପି ସରକାର ଅମଳରେ ୨୦୦୫ ରୁ ପ୍ରଚଳିତ ଏହି ପରମ୍ପରାକୁ କମଳନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ହଟାଇ ଦେଇଥିଲେ। ତେବେ ପ୍ରବଳ ବିରୋଧର ସମ୍ମୁଖୀନ ହେବା ପରେ ପରମ୍ପରା ଜାରି ରଖିବା ପାଇଁ କମଲନାଥ ଘୋଷଣା କରିଛନ୍ତି। ଏଥିସହିତ ସୌମ୍ୟ ସ୍ମାରକ ଠାରୁ ବଲ୍ଲଭ ଭବନ ପର୍ଯ୍ୟନ୍ତ ‘ବନ୍ଦେ ମାତରମ୍’ ଧୂନ ସହିତ ପୁଲିସ ବ୍ୟାଣ୍ଡ ମାର୍ଚ୍ଚ କରିବ ବୋଲି କମଳନାଥ ଘୋଷଣା କରିଛନ୍ତି।