ଚାରିଛକ :ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ସାମୁହିକ ବିକାଶ ଆଭିମୁଖ୍ୟ ନେଇ ଗୁରୁବାର ଦିନ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଷଷ୍ଠ ସାଧାରଣ ପରିଷଦ ସମୀକ୍ଷା ବୈଠକ ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଭାବେ ସାଂସଦ ପ୍ରତିନିଧି ସୂର୍ୟ୍ୟ ନାରାୟଣ ମହାପାତ୍ର, ଜିଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ , ୭ନଂ ଜୋନ ଜିଲା ପରିଷଦ ବିଶ୍ୱଜିତ ମିଶ୍ର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ସେଠି ଉପସ୍ଥିତ ରହିଥିଲେ। ଉକ୍ତ ବୈଠକ ରେ ବ୍ଲକ ସ୍ତରୀୟ ବିଭାଗ ଅଧିକାରୀଙ୍କ ସମେତ ୨୨ଗୋଟି ପଞ୍ଚାୟତର ଜନ ପ୍ରତିନିଧି ଉପସ୍ଥିତ ରହି କୃଷି, ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ମୃତ୍ତିକା ସଂରକ୍ଷଣ,ଜଳ ବିଭାଜିକା, ଜଳ ସେଚନ,ମହିଳା ଓ ଶିଶୁ ବିଭାଗ, ମଙ୍ଗଳ ବିଭାଗ, ଓଡିଶା ଜୀବିକା ମିଶନ, ସାମାଜିକ ମଙ୍ଗଳ,ସାଧାରଣ ବଣ୍ଟନ, ମନୋରେଗା, ଗ୍ରାମୀଣ ଆବାସ, ବନି କରଣ, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଯୋଜନା ତଥା କାର୍ୟ୍ୟକାରିତା, ବ୍ଲକ ପଂଚାୟତ ଉନ୍ନୟନ ଯୋଜନା ଉପରେ ଆଲୋଚନା କରିଥିଲେ।
ଆଲୋଚନା ସମୟରେ ନିର୍ବାଚନ ଜନପ୍ରତିନିଧି ମାନେ ନିଜ ନିଜ ପଞ୍ଚାୟତ ର ବିଭିନ୍ନ ସମସ୍ୟା ନେଇ ଉଦବେଗ ପ୍ରକାଶ କରିଥିଲେ। ବିଧାୟକ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟକ୍ରମ ସହିତ ମୌଳିକ ସମସ୍ୟା ଉପରେ ପ୍ରାଥମିକତା କ୍ଷେତ୍ରରେ ପ୍ରଥମେ ଧ୍ୟାନ ଦେବା ସହିତ ଏଲଏଣ୍ଡଟି କମ୍ପାନୀର ମେଗା ପାନୀୟ ଜଳ ପ୍ରକଳ୍ପ ଅଧପନ୍ତରା କରି ନିମ୍ନ ମାନର କାର୍ଯ୍ୟ ଓ ବିନା ସୂଚନାରେ ବିଭିନ୍ନ ସ୍ଥାନରେ ଖୋଳି ପକାଉଥିବା ନେଇ ଯଥାଶୀଘ୍ର କାର୍ଯ୍ୟ ସମାପ୍ତ କରି କେନ୍ଦ୍ର ସରକାରଙ୍କ ଘର ଘର ଜଳ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ବିଧାନସଭାରେ ଏ ପ୍ରସଙ୍ଗରେ ତଥ୍ୟ ଉପସ୍ଥାପନ କରିବା ସହ ସମସ୍ୟା ସମାଧାନ ନେଇ ଦାବି ରଖିବେ ବୋଲି ମତ ପ୍ରକାଶ କରିଥିଲେ।



