www.samajalive.in
Wednesday, December 10, 2025
16.1 C
Bhubaneswar

ଶିଶୁଙ୍କୁ ଫାଷ୍ଟଫୁଡ୍ ବଦଳରେ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ମା’ମାନଙ୍କୁ ଉପଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମହିଳା ଓ ଶିଶୁ ବିକାଶ ଅନ୍ତର୍ଗତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଅନୁଷ୍ଠିତ ଜିଲା ସମାଜ ମଙ୍ଗଳ ଅଧ#କାରୀଙ୍କ ସମୀକ୍ଷା ବୈଠକରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗଦେଇ ମିଶନ ମୋଡ୍ରେ ଅପପୁଷ୍ଟି ଦୂର କରିବା ଲକ୍ଷ୍ୟରେ ସାମିଲ ହେବା ପାଇଁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା ରାଜ୍ୟର ତୀବ୍ର ପୁଷ୍ଟିହୀନତା ଜିଲାକୁ ବିଶେଷ ଧ୍ୟାନ ଦେଇ ଉକ୍ତ ଜିଲାମାନଙ୍କୁ ପୁଷ୍ଟିହୀନତା ମୁକ୍ତ କରିବାକୁ ଶ୍ରୀମତୀ ପରିଡା ଆଲୋକପାତ କରିଛନ୍ତିା କ୍ଷେତ୍ର ପରିଦର୍ଶନରେ ଯାଇ ଛତୁଆ ସହ ସମସ୍ତ ଶୁଖିଲା ଖାଦ୍ୟ ସାମଗ୍ରୀ (ଟେକ ହୋମ୍ ରାସନ୍)ର ଗୁଣବତ୍ତାକୁ ନିୟମିତ ଯାଞ୍ଚ କରିବା ସହ ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କୁ ନିୟମିତ ତାଲିମ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତିା ରାଜ୍ୟର ସମସ୍ତ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଭୟରେ କାର୍ଯ୍ୟ କରିବାକୁ ଉପଦେଶ ଦେବା ସହ ସେମାନଙ୍କ ଠାରୁ ସୁଚିନ୍ତିତ ପ୍ରସ୍ତାବକୁ ସେ ଆହ୍ୱାନ କରିଛନ୍ତି।

ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ଓଡ଼ିଶା ସରକାରଙ୍କ ପ୍ରାଥମିକତା ବୋଲି ସେ ମତବ୍ୟକ୍ତ କରିଛନ୍ତିା ୧୦୦ ଦିନ ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମତୀ ପରିଡା କଡା ତାଗିଦ କରିଛନ୍ତିା ମା’ମାନେ ଛୋଟ ଛୋଟ ଶିଶୁଙ୍କୁ ଫାଷ୍ଟଫୁଡ୍ ଦେବା ବଦଳରେ ପୁଷ୍ଟିକର ଖାଦ୍ୟ ଦେବା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଶ୍ରୀମତୀ ପରିଡା ଗୁରୁତ୍ୱାରୋପ କରିଛନ୍ତି।

- Advertisement -

ଏହି ଅବସରରେ ମହିଳା ଓ ଶିଶୁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଯୋଗଦେଇ ବିଭାଗର ସମସ୍ତ ଯୋଜନାର ସଫଳ ରୂପାୟନ ନିମନ୍ତେ ରାଜ୍ୟର ସମାଜ ମଙ୍ଗଳ ଅଧିକାରୀଙ୍କୁ ପ୍ରୋତ୍ସାହିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମହିଳା ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା  ମୋନିଶା ବାନାର୍ଜୀଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ବରିଷ୍ଠ ଅଧ#କାରୀ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories