ଦିବୃଗଡ ଏକ୍ସପ୍ରେସ୍ ଲାଇନଚ୍ୟୁତ; ୨୦ରୁ ଅଧିକ ଆହତ
ଲଖନଉ : ଉତ୍ତରପ୍ରଦେଶ ଗୋଣ୍ଡାରେ ଗୁରୁବାର ଘଟିଛି ଟ୍ରେନ୍ ଦୁର୍ଘଟଣା । ଗୋଣ୍ଡାରେ ଗୁରୁବାର ଦ୍ୱିପ୍ରହରରେ ଏହି ଟ୍ରେନ୍ ଦୁର୍ଘଟଣା ଘଟିଥିବା ବେଳେ ଦିବୃଗଡ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇ ପ୍ରାୟ ୨୦ରୁ ଅଧିକ ଆହତ ହୋଇଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।
ଏହି ଟ୍ରେନ୍ ଗୋରଖପୁର ହୋଇ ଚଣ୍ଡିଗଡରୁ ଆସାମର ଦିବୃଗଡ ଯାଉଥିଲା । ଟ୍ରେନ୍ ର ପ୍ରାୟ ୧୦ଟି ବଗି ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣା ପରେ ଏହି ରୁଟ୍ ରେ ଆସିବାକୁ ଥିବା ଅନ୍ୟ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି । ଦୁର୍ଘଟଣା ବିଷୟରେ ଖବର ପାଇ ରେଲୱେର ଅନେକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
Comments are closed.