www.samajalive.in
Monday, December 8, 2025
24.1 C
Bhubaneswar

ପୋଖରୀ ଖୋଳିଥିବା ଶ୍ରମିକଙ୍କ ମଜୁରୀ ପ୍ରଦାନ ବିଳମ୍ବ

କଳାପଥର : ଧଳାପଥର ପଞ୍ଚାୟତର ଗୋପିନାଥପୁର ରାଜସ୍ବ ଗ୍ରାମରେ ଥିବା ଖଣ୍ଡିଆ ପୋଖରୀ ଆଂଶିକ କାର୍ଯ୍ୟ ମନରେଗା ଯୋଜନାରେ ସମ୍ପାଦନ ହେଉଥିବା ବେଳେ ଶ୍ରମିକଙ୍କ ଦ୍ଵାରା ଖନନ କାର୍ଯ୍ୟ ହେଉଥିଲା । ମୌସୁମୀ ବର୍ଷା ହେଉଥିବାରୁ ତରବରିଆ ଭାବେ ପ୍ରାୟ ୭୦ଜଣ ଶ୍ରମିକ ଖନନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଧଳାପଥର ଗୋପିନାଥପୁର ଗ୍ରାମ ସାଥୀ ଦୁର୍ନୀତି ଗ୍ରସ୍ତ ହୋଇଥିବାରୁ ତାଙ୍କୁ ବାଦ ଦେଇ ପାଖ ଗ୍ରାମର କୋଦୁଆବେରେନି ଲକ୍ଷ୍ମୀଧର ରଣା ଗ୍ରାମସାଥୀଙ୍କ ଦ୍ଵାରା କାମ କରାଯାଇଛି। ଗ୍ରାମାଞ୍ଚଳରେ ରାସ୍ତା ଘାଟର ଉନ୍ନତିକରଣ, ନୂତନ ପୋଖରୀ ଖନନ ସହ ପୁରାତନ ପୋଖରୀର ପୁନଃରୁଦ୍ଧାର ନିମନ୍ତେ ଏନଆରଜିଏସ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ହେଉଛି । ଜବ କାର୍ଡଧାରୀଙ୍କୁ ବର୍ଷକୁ ଅତିକମରେ ଶହେ ଦିନର କାମ ଯୋଗାଇ ଦେବାର ମହତ ଲକ୍ଷ ନେଇ କେନ୍ଦ୍ର ସରକାର ଏହି ଲୋକହିତକର ଯୋଜନା ପ୍ରଣୟନ କରିଥିଲେ । କିନ୍ତୁ ଶ୍ରମିକ ମାନେ ଏଥିରେ କାମ କରୁଥିବା ବେଳେ ସେମାନଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ।

୭ଦିନରେ ୭୦ଜଣ କାମରେ ନିୟୋଜିତ ହୋଇଥିବା ବେଳେ ସେମାନଙ୍କ ପାଉଣା ପାଇବା ପାଇଁ ବ୍ଲକ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ବିଲ ପୈଠ କରିବାକୁ ସାଧାରଣରେ ଦାବୀ ହେଉଛି । ଧଳାପଥର ସରପଞ୍ଚ ନାରାୟଣ ସାହୁ ଖବର ପାଇ ଘଟଣା ସ୍ଥଳକୁ ଯାଇ ଉତ୍ୟକ୍ତ ଶ୍ରମିକ ମାନଙ୍କୁ ବୁଝା ସୁଝା କରିଥିଲେ । ବିଭଗୀୟ ଯନ୍ତ୍ରୀ, ପିଇଓ, ଏବଂ ବିଡ଼ିଓ ଙ୍କୁ ଅବଗତ କରାଇବା ସହ କିପରି ଶୀଘ୍ର ସମସ୍ତ ଟଙ୍କା ମିଳିପାରିବ ସେଥିନେଇ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ବନ୍ଦ ହୋଇଥିଲା ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories