ହାଉସ ସର୍ଜନ- ନର୍ସିଂ ଅଫିସର ବିବାଦ ତୁଟିଲା
କଟକ : କାଲିଠୁ ଏସସିବି ସ୍ବାସ୍ଥ୍ୟସେବା ପୁଣି ସ୍ବାଭାବିକ ହେବ । ଉଭୟ ହାଉସ ସର୍ଜନ ସଂଘ ଓ ନର୍ସିଂ ସଂଘ ଆନ୍ଦୋଳନରୁ ଓହରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସିଏମସି କମିଶନରଙ୍କ ଉଚ୍ଚସ୍ତରୀୟ ବୈଠକ ପରେ ଚାଲିଥିବା ଏହି ବିବାଦର ସମାଧାନ ହୋଇଛି । ଏହା ସହ କମିଶନରଙ୍କ ଅଧ୍ୟକ୍ଷତାରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ ହେବ ଏବଂ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ । କହିରଖୁଛୁ ନର୍ସିଂ ଅଫିସରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏସସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ନର୍ସିଂ ସଂଘ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଥିଲା । ଆନ୍ଦୋଳନ ଯୋଗୁଁ ଏସସିବି ମେଡିକାଲରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା । ତେବେ ଆସନ୍ତାକାଲିଠୁ ପୁଣି ସ୍ବାସ୍ଥ୍ୟସେବା ସ୍ବାଭାବିକ ହେବ ।
Comments are closed.