www.samajalive.in
Monday, December 8, 2025
14.1 C
Bhubaneswar

ଅସ୍ତ୍ରୋପଚାର ବେଳେ ଚକ୍ଷୁପଟଳ ଚୋରି !

କଟକ : ଆଖି ଅସ୍ତ୍ରୋପଚାର ପରେ ଆରୋଗ୍ୟ ହେବା ପରିବର୍ତ୍ତେ ଜଣେ ମହିଳା ସଂପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇଛନ୍ତି। ଅପରେସନ୍‍ ବେଳେ ଡାକ୍ତରମାନେ ଚକ୍ଷୁପଟଳ ଚୋରି କରିନେଇଥିବା ଅଭିଯୋଗ ଆଣିଛନ୍ତି କ୍ଷତିଗ୍ରସ୍ତ ମହିଳାଙ୍କ ସ୍ବାମୀ। ଆଠଗଡ଼ ଥାନା ଅନ୍ତର୍ଗତ ଧାଈପୁର ଗ୍ରାମର ଅଲେଖ ରାଉତ ବୁଧବାର ଅପରାହ୍ଣରେ ମଙ୍ଗଳାବାଗ ଥାନାରେ ଏଭଳି ଏକ ସଂଗୀନ ଅଭିଯୋଗ ଆଣିଛନ୍ତି। ଏତଲାକୁ ଭିତ୍ତିକରି ଏକ ମାମଲା ରୁଜୁ କରାଯାଇଛି। ଅଭିଯୋଗର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ଆସନ୍ତାକାଲି ବଡ଼ମେଡିକାଲରେ ସଂପୃକ୍ତ ମହିଳାଙ୍କ ଆଖି ପରୀକ୍ଷା କରାଯିବ। ଏଭଳି ଏକ ଅଭିଯୋଗ ମିଳିବା ପରେ ଘଟଣା ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ)ଙ୍କୁ ପୁଲିସ ଚିଠି ଲେଖିଥିବା ଜଣାପଡ଼ିଛି। ପରୀକ୍ଷା ରିପୋର୍ଟ ମିଳିବା ପରେ ତାହାକୁ ମେଡିକାଲ ବୋର୍ଡକୁ ପ୍ରଦାନ କରାଯିବ ଏବଂ ବୋର୍ଡର ନିଷ୍ପତ୍ତି ମୁତାବକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଇନ୍ସପେକ୍ଟର ଅରୁଣକୁମାର ସ୍ୱାଇଁ ସୂଚନା ଦେଇଛନ୍ତି।
ପୁଲିସ ସୂଚନା ଅନୁଯାୟୀ, ଅଭିଯୋଗକାରୀ ଅଲେଖଙ୍କ ପତ୍ନୀ ସୁଲୋଚନା କିଛିବର୍ଷ ତଳେ ବାମପଟ ଆଖିର ଦୃଷ୍ଟିଶକ୍ତି ହରାଇଥିଲେ। କେବଳ ଡାହାଣପଟ ଆଖିରେ ଦୃଷ୍ଟିଶକ୍ତି ଥିଲା। ୨୦୧୮ ଡିସେମ୍ବରରେ ସୁଲୋଚନା ଘରେ କାମ କରୁଥିବା ବେଳେ ତାଙ୍କର ଆଖିରେ କିଛି ପଡିଯାଇଥିଲା। ଆଖିରୁ ପ୍ରବଳ ପାଣି ବାହାରିବା ସହିତ କୁଣ୍ଡାଇ ହୋଇଥିଲା। ଏହାପରେ ଆଖିରେ ଯନ୍ତ୍ରଣା ବଢ଼ିବାକୁ ଲାଗିଥିଲା। ସୁଲୋଚନା ସ୍ଥାନୀୟ ମେଡିକାଲରେ ଆଖି ଦେଖାଇବା ପରେ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ କହିଥିଲେ। ପରେ ସେ ଭୁବନେଶ୍ୱର ଓ କଟକର ଚକ୍ଷୁ ବିଶେଷଜ୍ଞଙ୍କୁ ଦେଖାଇଥିଲେ। ଆବଶ୍ୟକ ପରୀକ୍ଷା ନିରୀକ୍ଷା କରିବା ପରେ ଅସ୍ତ୍ରୋପ୍ରଚାର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ତାଙ୍କର କହିବା ଅନୁଯାୟୀ, ଗତ ୧୯ ତାରିଖରେ ଅଲେଖ ମଙ୍ଗଳାବାଗ ଥାନା ଅନ୍ତର୍ଗତ କାଠଗୋଲା ଅଞ୍ଚଳରେ ଥିବା ଏକ ନର୍ସିଂହୋମରେ ସୁଲୋଚନାଙ୍କୁ ଭର୍ତ୍ତି କରିଥିଲେ। ଅସ୍ତ୍ରୋପଚାରର ଏକ ସପ୍ତାହ ପରେ ସୁଲୋଚନାଙ୍କ ଆଖିର ବ୍ୟାଣ୍ଡେଜ(ପଟି) ଖୋଲାଯିବ ବୋଲି ଡାକ୍ତର କହିଥିଲେ। ୨୩ ତାରିଖରେ ସୁଲୋଚନା ଘରକୁ ଚାଲିଯାଇଥିଲେ। ୨୮ରେ ବ୍ୟାଣ୍ଡେଜ୍‍ ଖୋଲା ହେବା ପରେ ସୁଲୋଚନା ସୁସ୍ଥ ହେବା ପରିବର୍ତ୍ତେ ସଂପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇଥିବା ଜଣାପଡିଥିଲା। ଏହାପରେ ଅଲେଖ ଅନ୍ୟ ଚକ୍ଷୁ ବିଶେଷଞ୍ଜଙ୍କ ପରାମର୍ଶ ନେବା ପରେ ସୁଲୋଚନାଙ୍କ ଚକ୍ଷୁର ପଟଳ ନ ଥିବାରୁ ସେ ଦେଖିପାରୁ ନ ଥିବା ଜଣାପଡିଥିଲା। ଅସ୍ତ୍ରୋପଚାର ବେଳେ ଚକ୍ଷୁପଟଳକୁ ଚୋରି କରିନିଆଯାଇଥିବା ସଂକ୍ରାନ୍ତରେ ଅଲେଖ ଏବେ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ଅପରେସନ୍‍ ପୂର୍ବରୁ ସୁଲୋଚନାଙ୍କ ଆଖି ନଷ୍ଟ ହୋଇଯାଇଥିଲା। ଅସ୍ତ୍ରୋପ୍ରଚାର ପରେ ଆଖି ଠିକ୍‍ ହେବାର ସମ୍ଭାବନା କମ୍‍ ରହିଛି ବୋଲି ପୂର୍ବରୁ ତାଙ୍କୁ ସୂଚନା ଦିଆଯାଇଥିଲା ବୋଲି ନର୍ସିଂହୋମର ଡାକ୍ତର ପୁଲିସ ନିକଟରେ ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories