www.samajalive.in
Saturday, December 13, 2025
26.1 C
Bhubaneswar

ବିପଜ୍ଜନକ ଅବସ୍ଥାରେ ବିଦ୍ୟୁତ୍‌ ତାର, ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଘା ପଡିବ କେବେ?

ଗୁରୁଡିଝାଟିଆ: ହାତ ପାହାନ୍ତାରେ ବିଦ୍ୟୁତ ତାର। ଅସାବଧାନ ବଶତଃ ହଠାତ୍‌ ଦୁଇହାତ ଉପରକୁ ଟେକିଦେଲେ ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯିବାଟା ଥୟ । କହିବାକୁ ଗଲେ ମୃତ୍ୟୁ ଯେ କେତେବେଳେ କାହାର ଆସିଯିବ କିଏ ବା କହିବ? ଏଭଳି ବିପଜ୍ଜନକ ଅବସ୍ଥାରେ ବିଦ୍ୟୁତ ତାର ଝୁଲି ରହିଛି କଖଡି ପାଲାତୋଟା ବଜାର ନିକଟରେ । ଆଠଗଡ ଟିପିସିଓଡିଏଲ କର୍ତ୍ତୃପକ୍ଷଙ୍କ ଅଧିନସ୍ଥ ନାରଙ୍ଗବସ୍ତ ବିଦ୍ୟୁତ୍‌ ସେକ୍ସନ ନିୟନ୍ତ୍ରଣାଧିନ କଖଡି ଗାଁକୁ ସରବରାହ ହୋଇଥିବା ବିଦ୍ୟୁତ୍‌ ତାର ସ୍ୱଳ୍ପ ଉଚ୍ଚଚା ବିଶିଷ୍ଟ ହୋଇଥିବା ବେଳେ ନୁଆଣିଆ ମଧ୍ୟ ହୋଇଅଛି । ଉକ୍ତ ସ୍ଥାନରେ ଏକାଧିକ ବ୍ୟବସାୟୀକ ପ୍ରତିଷ୍ଠାନ ରହିଥିବା ବେଳେ ବ୍ୟାଙ୍କ ଓ ଏଟିଏମ ମଧ୍ୟ ରହିଛି।

ଏପରିକି ଔଷଧ ଦୋକାନ ରହିଅଛି । ଦୈନିକ ବହୁ ଲୋକ ଏଠାରେ ଯାତାୟାତ କରୁଛନ୍ତି । ହେଲେ କାହାର କେତେବେଳେ ଅସାବଧାନ ବଶତଃ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ହାତ ଆସିନଯିବ କିଏ ବା କହିବ? ଏଭଳି ଅବସ୍ଥା ଆଜି ନୁହେଁ କି କାଲି ନୁହେଁ ଦୀର୍ଘଦିନ ଧରି ରହିଥିଲେ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ବା କର୍ମଚାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ । ଏଠାରେ ପ୍ରଶ୍ନ ଉଠୁଛି ବିଦ୍ୟୁତ୍‌ ବିଭାଗର ଖାମଖିଆଲି ନୀତି ପାଇଁ କାହାର ଜୀବନ ଦୀପ ନଲିଭୁ। ସେଥିପାଇଁ ତୁରନ୍ତ ଆବଶ୍ୟକତା ଉଚ୍ଚତା ପର୍ଯ୍ୟନ୍ତ ବିଦ୍ୟୁତ୍‌ ତାରକୁ ଉଠାଇବା ନିମନ୍ତେ ସାଧାରଣରେ ଦାବି ହୋଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories