www.samajalive.in
Monday, December 8, 2025
27.1 C
Bhubaneswar

କଖଡିରେ ଶାନ୍ତିପୂର୍ଣ୍ଣ ଭାବେ ବାହୁଡାଯାତ୍ରା ସମାପନ

ଗୁରୁଡିଝାଟିଆ : କଖଡିରେ ଶାନ୍ତିପୂର୍ଣ୍ଣ ଭାବେ ବାହୁଡା ଯାତ୍ରା ସମାପନ ହୋଇଛି। ବଜାରସାହିରୁ ମହାପ୍ରଭୂ ଜଗନ୍ନାଥଙ୍କ ବାହୁଡା ଯାତ୍ରା ନିମନ୍ତେ ରଥରେ ପୂଜାର୍ଚ୍ଚନା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ଶହଶହ ଶ୍ରଦ୍ଧାଳୁ ପ୍ରଭୂଙ୍କ ରଥକୁ ଟାଣି ବିଜେ ସ୍ଥଳୀକୁ ଆଣିଥିଲେ। ବାଟରେ ଭାଗବତ ସାହି ସ୍ଥିତ ମାଉସୀମାଆ ଘରେ ପୋଡପିଠା ଖାଇବା ନିମନ୍ତେ ମହାପ୍ରଭୂଙ୍କ ରଥ ଅଟକି ରହି ଥିଲା। ଶାସ୍ତ୍ରୀୟ ବିଧିମୁତାବକ ରଥଟଣା ଯାଇଥିବା ବେଳେ ଗାଁ ସଭାପତି ଦିଲ୍ଲିପ କୁମାର ଛତାରଙ୍କ ଉପସ୍ଥିତିରେ ଗାଁର ମୁରବୀ ଓ ଯୁବକମାନେ ଉପସ୍ଥିତ ରହି ରଥ ଟାଣିଥିଲେ। ଚୌଦ୍ୱାର କମିସନରେଟ ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା। ଅନୁରୂପ ଭାବେ ଖୁଣ୍ଟୁଣୀରେ ମଧ୍ୟ ମହାପ୍ରଭୂଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି। ଅପରାହ୍ନ ପ୍ରାୟ ୫ଟାରେ ରଥଟଣା ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ରଥକୁ ଟାଣି ଟାଣି ଆଣି ପ୍ରଭୂଙ୍କ ମନ୍ଦିର ନିକଟରେ ପହଞ୍ଚାଇଥିଲେ। ଖୁଣ୍ଟୁଣୀ ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories