www.samajalive.in
Wednesday, December 10, 2025
15.1 C
Bhubaneswar

ରଥରୁ ପଡ଼ି ସେବାୟତ ଆହତ

ପିପିଲି: ପିପିଲିର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ବାହୁଡାଯାତ୍ରା ସମୟରେ ରଥରୁ ପଡ଼ି ଜଣେ ସେବାୟତ ଆହତ ହୋଇଛନ୍ତି। ଆହତ ସେବାୟତଙ୍କ ନାମ ଲୋକନାଥ ମହାପାତ୍ର(୫୮) ଓ ତାଙ୍କ ଘର ସ୍ଥାନୀୟ ଦରଜୀ ସାହିରେ ହୋଇଥିବା ସୂଚନା ମିଳିଛି। ପିପିଲି ବଜାର ମଧ୍ୟରେ ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ରଥଟଣା ଚାଲିଥିବାବେଳେ ରାସ୍ତା ମଝିରେ ଥିବା ଖାଲରେ ରଥଚକା ଗଳି ଯାଇଥିଲା। ଫଳରେ ହଠାତ୍‌‌ ଚଳନ୍ତା ରଥ ଅଟକି ଯାଇଥିଲା। ଏଥିଯୋଗୁଁ ରଥଟି ଖୁବ୍‌‌ ଜୋର୍‌‌ରେ ଦୋହଲି ଯାଇଥିବାବେଳେ ରଥ ଉପରେ ଠିଆ ହୋଇଥିବା ବରିଷ୍ଠ ସେବାୟତ ଲୋକନାଥ ମହାପାତ୍ର ଭାରସାମ୍ୟ ହରାଇ ରଥ ଉପରୁ ତଳକୁ ଖସି ପଡ଼ିଥିଲେ। ଏଥିରେ ତାଙ୍କ ନାକ, ମୁହଁ, ଆଣ୍ଠୁ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ଚିକିତ୍ସା ଲାଗି ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ସୂଚନା ମିଳିଛି। ସେହିପରି ରଥ ଉପରେ ଥିବା ଡାହୁକ ଲକ୍ଷ୍ମୀଧର ମିଶ୍ର ମଧ୍ୟ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିବା ସମୟରେ ରଥରେ ଓହଳି ରହିଥିଲେ। ରଥରେ ଥିବା ଜଣେ ମହାରଣା ସେବାୟତଙ୍କ ହାତର ଆଙ୍ଗୁଠି ଫାଟି ଯାଇଥିବା ସୂଚନା ମିଳିଛି। ପିପିଲି ବଜାର ରାସ୍ତାର ଦୂରାବସ୍ଥା ଯୋଗୁଁ ଏହି ଘଟଣା ଘଟିଥିବା ନେଇ ପିପିଲି ରଥଯାତ୍ରା ପରିଚାଳନା କମିଟିର ସଂପାଦକ ପ୍ରଭାତ କୁମାର ମହାପାତ୍ର ଗୁରୁତର ଅଭିଯୋଗ କରିଛନ୍ତି। ପିପିଲି ହାଟଛକ ଠାରୁ ଦରଜୀସାହି ସ୍ଥିତ ଶ୍ରୀପତିତପାବନ ଦେବଙ୍କ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା କଂକ୍ରିଟ୍‌‌ ରାସ୍ତାର ୨୦ରୁ ଊର୍ଦ୍ଧ୍ବ ସ୍ଥାନ ଖାଲଖମାରେ ପରିଣତ ହୋଇଥିବାବେଳେ ରଥଯାତ୍ରା ପୂର୍ବରୁ ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ଆବଶ୍ୟକ ମରାମତି କାର୍ଯ୍ୟ କରାଯାଇନାହିଁ। ଫଳରେ ରଥ ଟଣା ବେଳେ ବହୁ ସମସ୍ୟାର ସମ୍ମୁଖିନ ହୋଇଥିବା ସଂପର୍କରେ ଶ୍ରୀମହାପାତ୍ର ଅଭିଯୋଗ କରିଛନ୍ତି।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories