ରେଙ୍ଗାଲିକ୍ୟାମ୍ପ: ବରଗଡ ଜିଲା ଅତାବିରା ଏନ୍ ଏସି ଅନ୍ତର୍ଗତ ୱାର୍ଡ ନଂ -୪ ଅଧିନରେ ଥିବା ଦମ୍ ଦମା ନଲିଆ ଦେଇ ଅତାବିରା ଗେସ ଗୋଦାମକୁ ଯିବା ରାସ୍ତାରେ ଥିବା ପୋଲ ଉପରେ ପାଖାପାଖି ୩/୪ ଫୁଟରୁ ଊର୍ଦ୍ଧ୍ବ ପାଣି ପ୍ରବାହିତ ହେଉଛି। ଗୋଟିଏ ପଟେ ରାସ୍ତା ସମ୍ପୂର୍ଣ ଭାଙ୍ଗି ଧୋଇହୋଇ ଯିବା ଯୋଗୁଁ ଲୋକଙ୍କ ଯାତାୟାତ ବନ୍ଦ ହୋଇ ପଡ଼ିଛି। ଏହି ପୋଲ ଦେଇ ପ୍ରତ୍ୟହ ସ୍ଥାନୀୟ ଲୋକଙ୍କ ସହ ସ୍କୁଲ କଲେଜ ଛାତ୍ରଛାତ୍ରୀ,ସରକାରୀ ,ବେସରକାରୀ କର୍ମଚାରୀ ତଥା ପାହାର ଶ୍ରୀଗିଡ଼ା ଅଞ୍ଚଳକୁ ସଂଯୋଗ କରୁଥିବା ଗ୍ରାମକୁ ଲୋକେ ଯିବାଆସିବା କରିଥାନ୍ତି ।
ଏହି ରାସ୍ତାର ଖାଲୁଆ ପୋଲ କୁ ବ୍ରିଜ ଭାବେ ନିର୍ମାଣ କରିବାକୁ ଦାବି ହୋଇ ଆସୁଥିଲା।ହେଲେ ଏନ୍ ଏସି କର୍ତ୍ତୃପକ୍ଷ ଲୋକଙ୍କ ଦାବୀକୁ ନଶୁଣି ଯେଭଳି ଖାଲୁଆ ପୋଲ ରହିଥିଲା ତାରି ଉପରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ଅନୁଦାନରେ ନିମ୍ନ ମାନର କାର୍ଯ୍ୟ କରି ଅର୍ଥ ହରିଲୁଟ ହୋଇଥିବା ଯୋଗୁଁ କିଛି ଦିନ ପରେ ପୋଲର ଗୋଟିଏ ମୁଣ୍ଡ ଭୁଶୁଡ଼ି ପଡ଼ିଥିଲା।
Related Posts
ସେଇ ଭଙ୍ଗା ସ୍ଥାନରେ ସାମାନ୍ୟ ମାଟି ପୋତି ନିଜ ଦୋଷ ରୁ ବାହାରି ଯାଇଥିଲେ ଏନଏସି କର୍ତ୍ତୃପକ୍ଷ। ଯାହାକି ଆଜି ଏଇ ଦଶା ପଥଚାରୀଙ୍କୁ ଭୋଗିବାକୁ ପଡୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।ଠିକ୍ ସେହିପରି ଗୃହ ନିର୍ମାଣ ବିଭାଗ ଓ ନଗର ଉନ୍ନୟନ ବିଭାଗ ଓଡ଼ିଶା ସରକାର ଙ୍କ ପକ୍ଷରୁ ୯୬ ହଜାର ୯ଶହ ୧ ଟଙ୍କା ଅଟକଳ ମୂଲ୍ୟରେ ନିର୍ମିତ ଗାଧୁଆ ତୁଠ ଓ ଲୁଗା ବଦଳାଇବା ଗୃହ ଏବେ ପାଣି ଘେରରେ।ଯାହା ଫଳରେ ସ୍ଥାନୀୟ ମହିଳା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ନାମକୁ ମାତ୍ର କାନ୍ଥ ଠିଆ ହୋଇଛି କେବଳ ଧର୍ମ କୁ ଆଖି ଠାର ପରି,ବା କି କାମରେ କିଛି ଆସୁନାହିଁ ।
ତେବେ ଆଉ କେତେ ବର୍ଷ ଓ କେତେ ଟଙ୍କା ଖର୍ଚ୍ଚ ହେଲେ ଲୋକେ ସୁବିଧାରେ ଯିବା ଆସିବା କରି ପାରିବେ ବୋଲି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
Comments are closed.