ପାଣି ଭିତରେ ଛୁଆ ହାତୀକୁ ଆକ୍ରମଣ କଲା ଗଣ୍ଡା, ପହଞ୍ଚିଗଲା ମା’; ତା’ ପରେ… ଦେଖନ୍ତୁ ଭିଡିଓ
ସମାଜ ଡିଜିଟାଲ ଡେସ୍କ: କୁହାଯାଏ ମା’ ପଣତକାନୀରେ ଛୁଆ ସବୁବେଳେ ସୁରକ୍ଷିତ। ଏହା କେବଳ ମଣିଷଙ୍କ କ୍ଷେତ୍ରରେ ଦେଖାଯାଇ ନ ଥାଏ। ପଶୁପକ୍ଷୀଙ୍କ କ୍ଷେତ୍ରରେ ବି ଏଭଳି ଦେଖିବାକୁ ମିଳିଥାଏ। ସାମାଜିକ ଗଣମାଧ୍ୟମରୁ ମିଳିଥିବା ଏକ ଭିଡିଓରୁ ପଶୁମାନେ ନିଜ ଛୁଆଙ୍କ ପ୍ରତି କେତେ ଯତ୍ନଶୀଳ ତାହା ଦେଖିବାକୁ ମିଳିଛି। ଏକ ମା’ ହାତୀ ନିଜ ଛୁଆକୁ ଗଣ୍ଡାମାନଙ୍କ କବଳରୁ କେମିତି ସୁରକ୍ଷା ଦେଉଛି ତାହା ଭିଡିଓରୁ ଜଣାପଡ଼ିଛି। ଭିଡିଓଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି।
Mother elephant makes quick work of hippos approaching her newborn baby in the watering hole pic.twitter.com/XzMzuUwkda
— Nature is Amazing ☘️ (@AMAZlNGNATURE) July 14, 2024
ନେଚର ଇଜ ଆମେଜିଂ ହ୍ୟାଣ୍ଡେଲରେ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଶେୟାର ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ଛୁଆ ହାତୀ ପାଣି ଭିତରେ ଗାଧୋଉଛି। କିଛି ଦୂରରେ ରହିଛି ମା’ ହାତୀ। ଏହି ସମୟରେ କିଛି ଗଣ୍ଡା ହଠାତ ଆସି ଛୁଆ ହାତୀଟିକୁ ଆକ୍ରମଣ କରୁଛି। ହେଲେ ସେମାନେ ଭୁଲିଯାଇଛନ୍ତି ନିକଟରେ ମା’ ହାତୀ ରହିଛି ବୋଲି। ମା’ ହାତୀଟି ଏହା ଦେଖି ତୁରନ୍ତ ଗଣ୍ଡାମାନଙ୍କ ଉପରେ ଆକ୍ରମଣ କରୁଛି। ଫଳରେ ଗଣ୍ଡାମାନେ ସେଠାରୁ ଚାଲିଯାଉଛନ୍ତି। ଏହା ପରେ ମା’ ହାତୀ ପାଣିରୁ ବାହାରି ଉପରକୁ ଚାଲିଆସିଥିବାବେଳେ ଛୁଆ ହାତୀଟି ତା’ କୋଳରେ ଲୁଚି ଯାଉଛି।
Comments are closed.