www.samajalive.in
Saturday, December 6, 2025
26.1 C
Bhubaneswar

ତ୍ରିଶା ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା: ଶିଶୁଭବନ ବିରୋଧରେ ଅଭିଯୋଗ ଆଣିଲେ ମୃତ ଶିଶୁକନ୍ୟାର ବାପା

କଟକ : କଟକ ପୁରୀଘାଟ ରୋଡ୍‌ସ୍ଥିତ ତ୍ରିଶା ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା।  ଶିଶୁ ଭବନ ସ୍ଥାନାନ୍ତର ହୋଇଥିବା ୧୭ ଶିଶୁଙ୍କ ମଧ୍ୟରୁ ରବିବାର ଜଣେ ଶିଶୁର ମୃତ୍ୟୁ ଘଟିଛି। ତେବେ ଅଗ୍ନିକାଣ୍ଡ କାରଣରୁ ଶିଶୁକନ୍ୟାର ମୃତ୍ୟୁ ହୋଇନଥିବା ଶିଶୁଭବନ ପକ୍ଷରୁ କୁହାଯାଇଥିବା ବେଳେ ମୃତ ଶିଶୁର ବାପା ବିଜୟ ବେହେରା ଶିଶୁଭବନକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି। ଶ୍ରୀ ବେହେରା ଅଭିଯୋଗ କରିଛନ୍ତି ଯେ, ଶିଶୁର ମୃତ୍ୟୁ ବହୁ ଆଗରୁ ହୋଇଥିବା ବେଳେ ମନ୍ତ୍ରୀଙ୍କ ଗସ୍ତ ପାଇଁ ଏହାକୁ ଲୁଚାଇ ରଖାଯାଇଥିଲା। ଏପରିକି ଚିକିତ୍ସା ପାଇଁ ପ୍ରଥମେ ଶିଶୁଭବନ ଆସିଥିଲେ ମଧ୍ୟ ଆଇସିୟୁ ନଥିବା କହି ତାଙ୍କୁ ଫେରାଇ ଦିଆଯାଇଥିଲା। ଆଇସିୟୁରେ ଶଯ୍ୟା ନଥିବାବେଳେ ପରେ ଏତେ ସଂଖ୍ୟକ ଶଯ୍ୟା ଶିଶୁଭବନରେ କିପରି ଉପଲବ୍‌ଧ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଶିଶୁକନ୍ୟାର ସ୍ବାସ୍ଥ୍ୟ ଖରାପ ଥିବାରୁ ବିଜୟ ପ୍ରଥମେ ଭଦ୍ରକ ଡାକ୍ତରଖାନା ନେଇଥିଲେ। ସେଠାରୁ ଗତ ୭ ତାରିଖରେ ଶିଶୁକୁ ଶିଶୁଭବନ ଆଣିଥିଲେ। ଶିଶୁଭବନରେ ପିଲାର ଚିକିତ୍ସା ଆରମ୍ଭ ହୋଇଥିଲେ ମଧ୍ୟ ଦୁଇଦିନ ପର୍ଯ୍ୟନ୍ତ ଆଇସିୟୁ ଶଯ୍ୟା ମିଳିପାରି ନଥିଲା। ଶିଶୁକୁ ଅନ୍ୟତ୍ର ନେଇ ଯିବାପାଇଁ ଶିଶୁଭବନ ପକ୍ଷରୁ କୁହାଯାଇଥିଲା। ଜଣେ ସୁରକ୍ଷା କର୍ମୀ ଘରୋଇ ଡାକ୍ତରଖାନା ନେଇ ଯିବାକୁ କହିବା ସହ ଉକ୍ତ ଡାକ୍ତରଖାନାର ଫୋନ ନମ୍ବର ବି ଦେଇଥିଲେ। ପରେ ବିଜୟ ଶିଶୁକୁ ନେଇ ତ୍ରିଶାରେ ଭର୍ତ୍ତି କରିଥିଲେ। ଶନିବାର ତ୍ରିଶାରେ ଅଗ୍ନିକାଣ୍ଡ ଘଟିବା ପରେ ଶିଶୁର ଚିକିତ୍ସା ଠିକ୍‌ଭାବେ ହୋଇପାରିନଥିଲା। ତାର ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା। ତ୍ରିଶାରୁ ଉଦ୍ଧାର କରି ଶିଶୁକୁ ଆଣିବା ବେଳେ ତାର ପାଟିରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା। ଗୁରୁତର ଅବସ୍ଥାରେ ଶିଶୁଭବନରେ ତାକୁ ଭର୍ତ୍ତି କରାଯାଇଥିଲା। ୧୩ ତାରିଖ ବିଳମ୍ବିତ ରାତ୍ରିରେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନା ପକ୍ଷରୁ ଏହାକୁ ଲୁୁଚାଇ ରଖାଯାଇଥିଲା। ମନ୍ତ୍ରୀ ଯିବା ପରେ ଡାକ୍ତରଙ୍କୁ ପଚାରିବାରୁ ଶିଶୁର ମୃତ୍ୟୁ ଘଟିଥିବା କୁହାଯାଇଥିଲା। ବାସ୍ତବରେ ଶିଶୁକୁ ଆଇସିୟୁରେ ନା ଅନ୍ୟତ୍ର ଚିକିତ୍ସା କରାଯାଉଥିଲା ସେନେଇ ବିଜୟଙ୍କ ସନ୍ଦେହ ସୃଷ୍ଟି ହେବା ସହ ଘଟଣାର ସଠିକ୍‌ ତଦନ୍ତ ପାଇଁ ଦାବି କରିଛନ୍ତି। ମୃତ୍ୟୁ ଘଟିଥିବା ଶିଶୁର ସ୍ବାସ୍ଥ୍ୟ ସମସ୍ୟା ଜଟିଳ ଥିଲା। ରୋଗରୁ ତାର ମୃତ୍ୟୁ ଘଟିଛି ବୋଲି ଶିଶୁଭବନ ଅଧୀକ୍ଷକ ଡା. ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ସେହିପରି ​‌ଏସସିବିରେ ଭର୍ତ୍ତି ହୋଇଥିବା ୧୮ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଡିସ୍‌ଚାର୍ଜ କରାଯାଇଛି। ୩ ଜଣଙ୍କୁ ଏସ୍‌ଏନ୍‌ସିୟୁ, ୪ ଜଣଙ୍କୁ ଆଇସିୟୁ ଓ ୭ ଜଣଙ୍କୁ ସାଧାରଣ ୱାର୍ଡରେ ଚିକିତ୍ସା କରାଯାଉଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories