www.samajalive.in
Friday, December 5, 2025
26.1 C
Bhubaneswar

ରତ୍ନଭଣ୍ଡାର ଖୋଲିବା ପାଇଁ ୧ଟା ୨୮ ଶୁଭ ମୁହୂର୍ତ୍ତ

ପୁରୀ: ଆଜି ଖୋଲାଯିବ ଶ୍ରୀଜଗନ୍ନାଥ ମନ୍ଦିର ଭିତର ରତ୍ନଭଣ୍ଡାର। ଏଥିପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ତେବେ ରତ୍ନଭଣ୍ଡାର ଚାବି ସମ୍ପର୍କରେ ପୁରୀ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଟ୍ରେଜେରୀରେ ମହଜୁଦ ଚାବି ଅଧୀକୃତ ଅଧିକାରୀଙ୍କୁ ଦିଆଯାଇଛି। ରତ୍ନଭଣ୍ଡାର ଖୋଲିବାବେଳେ ଅଧିକୃତ କମିଟି ସାମ୍ନାରେ ଚାବି ରଖାଯିବ। ସେପଟେ ରତ୍ନଭଣ୍ଡାର ଖୋଳିବା ପୂର୍ବରୁ ଆଜି ତଦାରଖ କମିଟି ବୈଠକ ଅନୁଷ୍ଠିତ ହୋଇଛି। ରତ୍ନଭଣ୍ଡାର ଖୋଲିବା ପାଇଁ ଦିନ ୧ଟା ୨୮ରେ ଶୁଭ ମୁହୁର୍ତ୍ତ ରହିଥିବା ଅଧ୍ୟକ୍ଷ ଜଷ୍ଟିସ୍ ରଥ ସୂଚନା ଦେଇଛନ୍ତି। ୧ଟା ୨୮ ସୁଦ୍ଧା ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ। ମୁଖ୍ୟ ପ୍ରଶାସକ ଟ୍ରେଜେରୀରୁ ଚାବି ମଗାଇଛନ୍ତି। ରତ୍ନଭଣ୍ଡାର ଭିତରକୁ ମୋଟ୍ ୧୧ଜଣ ସଦସ୍ୟ ଯିବେ। ତଦାରଖ କମିଟିର ଦୁଇ ଜଣ ସଦସ୍ୟ ଯିବେ। ଅଧ୍ୟକ୍ଷ ଏବଂ ଡାକ୍ତର ସିବିକେ ମହାନ୍ତି ରତ୍ନଭଣ୍ଡାର ଭିତରକୁ ଯିବେ। ମୁଖ୍ୟ ପ୍ରଶାସକ , ଜିଲ୍ଲାପାଳ, ଦେଉଳକରଣ, ଭଣ୍ଡାର ମେକାପ ଯିବେ। ଏହି ସମୟରେ ମନ୍ଦିର ନ ଆସିବାକୁ ଶ୍ରଦ୍ଧାଳୁଙ୍କୁ ଅପିଲ କରାଯାଇଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories