ଭୁବନେଶ୍ଵର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ ଅବସରରେ ସମାଜ ଏବଂ ଲୋକସେବକ ମଣ୍ଡଳ ପକ୍ଷରୁ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି। କଳ୍ପନା ଛକ ନିକଟ ବିଏମସି ୪୫ ନମ୍ବର ଓ୍ବାର୍ଡ କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବା ସାଙ୍ଗକୁ ନିକଟରେ ଥିବା ଉଦ୍ୟାନରେ ଚାରା ରୋପଣ କାର୍ଯ୍ୟକ୍ରମ ରହିଛି। ସକାଳ ୯ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ଜନସାଧାରଣ ଆସି ରକ୍ତଦାନ କରୁଛନ୍ତି। ତେବେ ଏହି ମହତ କାର୍ଯ୍ୟରେ ସାମିଲ ହେବା ନିମନ୍ତେ ସମାଜ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।
Popular Categories



