www.samajalive.in
Wednesday, December 10, 2025
26.1 C
Bhubaneswar

ସିଫାରେ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ

ପିପିଲି: ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଠାରେ ଜାତୀୟ ମତ୍ସ୍ୟଚାଷୀ ଦିବସ ସମାରୋହରେ ପାଳିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ କୃଷି ଗବେଷଣା ଓ ଶିକ୍ଷାବିଭାଗ ସଚିବ ତଥା ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ଡଃ ହିମାଂଶୁ ପାଠକ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସିଫା ପରିସରରେ ଜିନୋମ୍‌‌ ଏଡିଟିଂ ଫାସିଲିଟିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରୋହି ମାଛର କଙ୍କାଳ ମାଂସପେଷୀ ବୃଦ୍ଧି ଏବଂ ରୋଗ ପ୍ରତିରୋଧକ ଶକ୍ତିର ଅଭିବୃଦ୍ଧି ବିକାଶରେ ଜିନୋମ୍‌‌ ଏଡିଟିଂ ଫାସିଲିଟିର ଏହି ଜିନୋମ୍‌‌ ଏଡିଟିଂ ସୁବିଧା ବେଶ୍‌‌ ସହାୟକ ହେବ ବୋଲି ଡଃ ପାଠକ ପ୍ରକାଶ କରିଥିଲେ। ଏହି ଅବସରରେ ସିଫାର ଜ୍ଞାନକୌଶଳରେ ପ୍ରସ୍ତୁତ ସିଫାକ୍ସ, ସିଫାଏଲ୍‌‌-ଚେକ୍‌‌, ସିଫାଏମ୍‌‌-ଚେକ୍‌‌ର ଜ୍ଞାନକୌଶଳ ହସ୍ତାନ୍ତର ଓ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

ଏଥିସହ ବାର୍ଷିକ ହେକ୍ଟର ପିଛା ୨୦ଟନ୍‌‌ ଉତ୍ପାଦନ ଲକ୍ଷ୍ୟ ନେଇ ସିଫା ପରିସରରେ ଏକ ସ୍ମାର୍ଟ ପୋଖରୀକୁ ଡଃ ପାଠକ ଉଦ୍‌‌ଘାଟନ କରିଥିଲେ। ଉକ୍ତ ପୋଖରୀରେ ଯାନ୍ତ୍ରୀକ ଉପାୟରେ ମାଛ ଅମଳ, ସ୍ମାର୍ଟ ପଣ୍ଡ୍‌‌ ଫିଡର୍‌‌, ସ୍ପର୍ଶଜ୍ଞାପକ ଅମ୍ଳଜାନ ଯୋଗାଣ ପଦ୍ଧତି ରହିଅଛି। ଏହା ସହିତ କ୍ୟାଟ୍‌‌ଫିସ୍‌‌ ରିସର୍‌‌କୁଲେଟୋରୀ ଅକ୍ୱାକଲଚର ସିଷ୍ଟମ୍‌‌ ଓ କୋଇ କାର୍ପର ପ୍ରଜନନ ସୁବିଧାର ଶୁଭାରମ୍ଭ କରିବା ସହ ଭୌଗୋଳିକ ସ୍ଥିତି ସମର୍ଥନ ନିଷ୍ପତି ପ୍ରଣାଳୀ ‘ସିଫା ଆକ୍ୱା-ନିର୍ଣ୍ଣୟ’କୁ ଡଃ ପାଠକ ଲୋକାର୍ପଣ କରିଥିଲେ। ତତ୍‌‌ ସହିତ ସେଠାରେ ବ୍ରୁଡ୍‌‌ଭ୍ୟାକ୍‌‌ ଉନ୍ମୋଚନ କରାଯାଇଥିଲା।

- Advertisement -

ଏହି ଅବସରରେ ଆୟୋଜିତ ସଭାରେ ଡଃ ପାଠକ ଯୋଗଦେଇ ସିଫା ଦ୍ୱାରା କୃଷକମାନଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ବୈଜ୍ଞାନିକ ଜ୍ଞାନକୌଶଳର ଭୂୟସୀ ପ୍ରଶଂସା କରିବା ସହ ସ୍ପର୍ଶଜ୍ଞାପକ ଓ ଏଆଇ ଜ୍ଞାନକୌଶଳର ଉପଯୋଗ କରି ସ୍ମାର୍ଟ କୃଷି ପ୍ରଣାଳୀକୁ କୃଷକମାନଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ଅତିଥି ଭାବେ ଆଇସିଏଆର୍‌‌ ର ଉପ-ମହାନିର୍ଦ୍ଦେଶକ (ମତ୍ସ୍ୟବିଜ୍ଞାନ) ଡଃ ଜୟକୃଷ୍ଣ ଜେନା ଯୋଗଦେଇ ମତ୍ସ୍ୟ ପ୍ରଜନନ ପଦ୍ଧତିର ସରଳୀକରଣ ଓ ଉଚ୍ଚମାନର ମତ୍ସ୍ୟ ଉତ୍ପାଦନ କରି ତାହାର ରପ୍ତାନୀ ଉପରେ ଗୁରୁତ୍ୱ ଦେଇଥିଲେ। କେନ୍ଦ୍ର ସରକାରଙ୍କ କୃଷି ଶିକ୍ଷା ଉପ-ମହାନିର୍ଦ୍ଦେଶକ ଡଃ ରାକେଶ ଚନ୍ଦ୍ର ଅଗ୍ରୱାଲ ସମ୍ମାନିତ ଅତିଥିଭାବେ ଯୋଗଦେଇ ‘ନେପା’ ପ୍ରକଳ୍ପ ସଂପର୍କରେ ଆଲୋକପାତ କରିବା ସହ ଏହାକୁ କିପରି କୃଷକମାନଙ୍କର କୃଷି କ୍ଷେତ୍ରରେ ସଠିକ୍‌‌ ଉପଯୋଗ କରାଯାଇ ପାରିବ ସେ ସଂପର୍କରେ ବର୍ଣ୍ଣନା କରିଥିଲେ। ଆଇସିଟି ର ସହମହାନିର୍ଦ୍ଦେଶକ ଡଃ ଅନିଲ ରାୟ ନିଜର ବକ୍ତବ୍ୟ ରଖିଥିଲେ। ସିଫାର ନିର୍ଦ୍ଦେଶକ ଡଃ ପି. କେ. ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ଅବସରରେ ସିଫାର ବିଭିନ୍ନ ସଫଳତା ସଂପର୍କରେ ଆଲୋକପାତ କରିଥିଲେ। ‘ନେପା’ ପ୍ରକଳ୍ପ ଓ ଏହାର ସଫଳତା ସଂପର୍କରେ ଦିଲ୍ଲୀ ସ୍ଥିତ ଆଇଏଆର୍‌‌ଆଇ ର ବୈଜ୍ଞାନିକ ଡଃ ଆର୍‌‌.ଏନ୍‌‌. ସାହୁ ଆଲୋକପାତ କରିଥିଲେ। ଏହି ଅବସରରେ ୧୪ଜଣ ମତ୍ସ୍ୟଚାଷୀ ଓ ଉଦ୍ୟୋଗୀଙ୍କୁ ସଂବର୍ଦ୍ଧିତ କରାଯାଇଥିବା ବେଳେ ‘ନେପା’ର ୱେବ୍‌‌ସାଇଟ୍‌‌ ଓ ଆଇଆଇଡବ୍ଲୁଏମ୍‌‌ ପ୍ରସ୍ତୁତ ଉତ୍ପାଦ ଗୁଡ଼ିକର ଲୋକାର୍ପଣ କରାଯାଇଥିଲା। ସିଫାର ପ୍ରଧାନ ବୈଜ୍ଞାନିକ ତଥା ସମାଜବିଜ୍ଞାନ ବିଭାଗ ମୁଖ୍ୟ ଡଃ ଜି. ଏସ୍‌‌. ସାହା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସେଠାରେ ଏକ କୃଷକମେଳା ଓ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories