www.samajalive.in
Wednesday, December 10, 2025
26.1 C
Bhubaneswar

ଚୋରା କୋଇଲା ଜବତ, ଖସିଗଲେ ମାଫିଆ

ବାସୁଦେବପୁର: ମାଫିଆଙ୍କ ଟେର ପାଉନି ପୋଲିସ । ଏବେ ଚୋରା କୋଇଲା ସହିତ ଚୋରାବାଲି ଓ ଚୋରା ଆଇରନ କାରବାର ସାଜିଛି କେତେଜଣ ମାଫିଆଙ୍କ ବ୍ୟବସାୟ । ପୁଲିସ ପ୍ରଶାସନ, ତହସିଲଦାର ଓ ଖଣିବିଭାଗକୁ ଚକମା ଦେଇ ବେଧଡକ ଭାବରେ ଏହି କାରବାର ବୃଦ୍ଧି ପାଇବାରେ ଲାଗିଛି । ମାଫିଆମାନଙ୍କ ଦୈାରାତ୍ମ ଏତେ ପରିମାଣରେ ବଢିଯାଇଛି ଯେ, ସେମାନଙ୍କ କାରବାର ଉପରେ ନଜର ରଖିବା ଦୂରର କଥା ସହର ମଧ୍ୟରେ ଦ୍ରୁତ ଗତିରେ ଗାଡିଚାଳନା ଆଣିଦେଉଛି ଅଜଣା ଭୟ । ବେପରୁଆ ଅଧିକାରୀଙ୍କ ପାଇଁ କାରବାର ବେଶ ସୁରୁଖୁରରେ ଚାଲି ଆସୁଛି । ତେବେ ଆଜି ନାଇକାଣିଡିହ ପୋଲିସ ଚଢାଉ କରି ଚୋରା କୋଇଲା ଜବତ କରିଛି । ମିଳିଥିବା ସୂଚନା ମୁତାବକ, ରାଜଘରପୋଖରୀ ପଞ୍ଚାୟତର ରାସ୍ତା ପାର୍ଶ୍ବରେ ଚୋରା କୋଇଲା ମହଜୁଦ ଥିବାକୁ ନେଇ ଅଚାନକ ଚଢାଉ କରିଥିଲା । ଚଢାଉ ସମୟରେ କୋଇଲା ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇପାରିନଥିବା ବେଳେ ଜବତ କୋଇଲାକୁ ଥାନାକୁ ନେଇଆସିଥିବା ଥାନାଧିକାରୀ ସାଲଖାନ ମୁର୍ମୁ କହିଛନ୍ତି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories