www.samajalive.in
Monday, December 8, 2025
24.1 C
Bhubaneswar

ଖାଦ୍ୟ ନଖାଇଲେ କିମ୍ବା କମ୍ ଖାଇଲେ ହ୍ରାସ ହୁଏ ନାହିଁ ଓଜନ; କରୁ ନାହାଁନ୍ତି ତ ଏହି ଭୁଲ୍‌..

ଓଜନ ହ୍ରାସ କରିବା ପାଇଁ ଲୋକେ ନିଜ ଖାଦ୍ୟକୁ ନେଇ ଖୁବ୍ ଚିନ୍ତିତ ରହି ଥାଆନ୍ତି । ଏପରିକି ଭୋକ ଲାଗିଲେ ମଧ୍ୟ ଖାଦ୍ୟ ସେବନ କରନ୍ତି ନାହିଁ । ମାତ୍ର ଗବେଷଣାରୁ ଜଣାପଡିଛି ଏପରି କରିବା ଦ୍ୱାରା ଓଜନ ହ୍ରାସ ହୋଇନଥାଏ ।

ଓଜନ ହ୍ରାସ କରିବା ବର୍ତ୍ତମାନ ଅଧିକାଂଶ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହା ଏକ ଚେତାବନୀ ଭଳି । ବଢୁଥିବା ଓଜନ ଓ ମୋଟାପଣ ଶରୀରକୁ ଅନେକ ରୋଗକୁ ନିମନ୍ତ୍ରଣ ଦେଇଥାଏ । ଏଥିପାଇଁ ଲୋକେ ବ୍ୟାୟାମ କରିବା ସହ ଖାଦ୍ୟକୁ ନିୟନ୍ତ୍ରଣରେ ରଖିଥାଆନ୍ତି । ମାତ୍ର ଖାଦ୍ୟ କମ୍ କରିବା ଦ୍ୱାରା ଓଜନ ହ୍ରାସ ଉପରେ ପ୍ରଭାବ ପଡିନଥାଏ । ଖାଦ୍ୟ କମ୍ କରିବା ଦ୍ୱାରା ଶରୀର ଉପରେ ଅନେକ କୁପ୍ରଭାବ ପଡିଥାଏ, ଆବଶ୍ୟକ ଅନୁଯାୟୀ ଶରୀରକୁ ଖାଦ୍ୟ ନମିଳିଲେ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଜାଣନ୍ତୁ..

ଏହି ଉପାୟରେ ଶନିଙ୍କ ସାଢେସାତି ଦୂର ହୋଇ ମିଳିବ ଶୁଭଫଳ; ଏହି ରାଶି ନିଶ୍ଚୟ ଆପଣାନ୍ତୁ..

- Advertisement -

ଏକ ଅଧ୍ୟୟନର ରିପୋର୍ଟ ଅନୁଯାୟୀ, ଅନେକ ଦେଶରେ ୬ ହଜାର ଲୋକଙ୍କ ଉପରେ ହୋଇଥିବା ଏକ ଗବେଷଣାରେ ୩ ପ୍ରକାରର ଖାଦ୍ୟ ଅଭ୍ୟାସ ବ୍ୟକ୍ତି ବିଶେଷଙ୍କୁ ସାମିଲ କରାଯାଇଥିଲା। ପ୍ରଥମ ଭୋକ ଲାଗିବା ମାତ୍ରେ ଖାଦ୍ୟ ଖାଇବା, ଖାଦ୍ୟ ପ୍ରତି ଦୁର୍ବଳତା ଥିବା, ୩ୟ ଖୁବ୍ କମ୍ ମାତ୍ରାରେ ଖାଦ୍ୟ ଖାଇବା।

ଗବେଷଣା ଶେଷ ହେବା ପରେ ଜଣାପଡିଥିଲା, କମ୍ ଖାଦ୍ୟ ଖାଉଥିବା ବ୍ୟକ୍ତି ବିଶେଷଙ୍କ ଉପରେ ବିପରୀତ ପ୍ରଭାବ ପଡୁଛି। ଏଥିରେ ସେମାନଙ୍କ ଓଜନ ହ୍ରାସ ହେବା ବଦଳରେ ମାନସିକ ଓ ଶରୀର ଉପରେ କୁପ୍ରଭାବ ପଡୁଛି।

କୁବେର ଯୋଗ; ୨୦୨୫ ପର୍ଯ୍ୟନ୍ତ ଏହି ୩ ରାଶିଙ୍କର ଚମକିବ ଭାଗ୍ୟ, ମିଳିବ ସଫଳତା,ଧନ..

ଏହି ଅନୁସନ୍ଧାନ ଜଣାପଡିଛି, ଭୋକ ଲାଗିବା ପରେ ଖାଦ୍ୟ ଖାଉଥିବା ଓ ଶରୀର ପାଇଁ ଆବଶ୍ୟକ ପରିମାଣରେ ଖାଉଥିବା ବ୍ୟକ୍ତି ବିଶେଷଙ୍କ ଓଜନ ହ୍ରାସ ହୋଇଛି। ଭୋକ ଲାଗିବା ସମୟରେ ଖାଦ୍ୟ ଖାଉନଥିବା ଓ ଖାଦ୍ୟରେ ନିୟନ୍ତ୍ରଣ କରୁଥିବା ବ୍ୟକ୍ତି ବିଶେଷଙ୍କ ନିକଟରେ ରାଗ ଓ ଚିଡ୍‌ଚିଡା ପଣ ଅଧିକ ଦେଖାଯାଇଛି।

ତେଣୁ ଓଜନ ହ୍ରାସ କରିବାକୁ ଖାଦ୍ୟ ନଖାଉଥିଲେ ଏହି ଅଭ୍ୟାସ ବଦଳାଇ ଦିଅନ୍ତୁ । ମାତ୍ର ଓଜନ ହ୍ରାସ କରିବାକୁ ଇଚ୍ଛୁକ ଥିଲେ ସ୍ୱାସ୍ଥ୍ୟକର ଭୋଜନ କରନ୍ତୁ । ଛଣାଛଣି ଖାଦ୍ୟ, ଜଙ୍କ୍ ଫୁଡ୍‌, ରାସ୍ତା କଡରେ ବିକ୍ରି ହେଉଥିବା ଖାଦ୍ୟ, ଅଧିକ ସମଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଘରେ ପ୍ରସ୍ତୁତ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ । ଘରର ରୁଟି-ତରକାରୀରେ ଓଜନ ନିୟନ୍ତ୍ରିତ ହୋଇ ରହିଥାଏ ।

ଦେଖନ୍ତୁ ଭିଡିଓ ; ଏଥିପାଇଁ ହୋଟେଲ ସାମ୍ନାରେ ଦେଖା ଦେଇଥିଲା ବେରୋଜଗାରଙ୍କ ସୁଅ, ଘଟିଥିଲା ଏମିତି କିଛି..

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories