ଶୁକ୍ରବାର ରାଶିଫଳ: କାର୍ଯ୍ୟରେ ସଫଳତା ସହ ପ୍ରଶଂସାର ପାତ୍ର ହେବେ, ଏହି ରାଶିର ଲୋକଙ୍କର ଶୁଭ

ମେଷ- ସ୍ବୟଂସିଦ୍ଧ ହେବେ। କର୍ମକ୍ଷେତ୍ରରୁ ଅର୍ଥାଗମ ହେବ। ସରକାରଙ୍କ ତରଫରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ଗୃହ ପରିବେଶ ଉତ୍ତମମାନର ହେବ। ଉତ୍ତମ ଗୁଣର ଆଧାର ହେବେ। ବିବାଦରେ ବିଜୟୀ ହେବେ।

ବୃଷ- ଭଲ ରୋଜଗାର ହେବ। ଧନବାନ୍‌ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ଶକ୍ତିମାନ୍‌ ଓ ରୂପବାନ୍‌ ହୋଇପାରନ୍ତି। ସୁସ୍ବାଦୁ ଭୋଜନ ମିଳିବ। ଚିନ୍ତାଧାରା ମହତ୍‌ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ।

ମିଥୁନ- ନାନାବିଧ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ଭୋଗୀ ହେବେ। ଗୁଣଜ୍ଞ ହୋଇପାରନ୍ତି। ପ୍ରସନ୍ନ ଲାଭ କରିବେ। କାର୍ଯ୍ୟରେ ସଫଳତା ମିଳିବ। ପରୋପକାରୀ ହେବେ। ଭଲ କାମ କରି ପ୍ରଶଂସାର ପାତ୍ର ହେବେ।

କର୍କଟ- ମନୋରମା କନ୍ୟା ସହିତ ଅବିବାହିତମାନଙ୍କର ବିବାହ ସମ୍ବନ୍ଧ ସ୍ଥିର ହୋଇପାରେ। ସୁବର୍ଣ୍ଣାଦି ମୂଲ୍ୟବାନ୍‌ ଅଳଙ୍କାର ଲାଭର ସୂଚନା ମିଳୁଛି। ବନ୍ଧୁ ମିଳନରେ ଉପକୃତ ହେବେ। ସେବାରତ୍ନ ପୁରସ୍କାର ମିଳିପାରେ।

ସିଂହ- ସ୍ବାସ୍ଥ୍ୟ ହାନିର ସୂଚନା ମିଳୁଛି। ଚୋର ଓ ଶତ୍ରୁ ଭୟ ପ୍ରତି ସତର୍କ ହେବେ। ସରକାରଙ୍କ କୋପ ଦୃଷ୍ଟି ପଡ଼ିପାରେ। ଚିତ୍ତ ଆବିଳ ରହିବ। ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ।

କନ୍ୟା- କୃଷି କ୍ଷେତ୍ରକୁ ତ୍ବରାନ୍ବିତ କରିପାରନ୍ତି। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ଉତ୍ତମ ମାନର ହେବ। ପରିଶ୍ରମର ମୂଲ୍ୟ ମିଳିବ। ଯଦିଓ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟେ, ପରେ ସୁଧାର ଆସିବ।

ତୁଳା- ଆୟୁଷ୍ମାନ୍‌ ହେବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ତନ୍ତ୍ର, ମନ୍ତ୍ରାଦି ଜ୍ୟୋତିଷ ବିଦ୍ୟା ପ୍ରତି ରୁଚି ରହିବ।

ବିଛା- ସକଳ ସୃଜନୀକୁ ଲୋକଲୋଚନକୁ ଆଣିପାରନ୍ତି। ସଂଯମ ପୂର୍ଣ୍ଣ ସତ୍‌ଚରିତ୍ରତାର ନିଦର୍ଶନ ହୋଇପାରନ୍ତି। ନିଜ କର୍ତ୍ତବ୍ୟ ପଥରେ ଆରୁଢ଼ ହୋଇ ଜୀବନକୁ ଯଜ୍ଞମୟ କରିପାରନ୍ତି। ଧନାଗମ ହେବ।

ଧନୁ- ଗୁରୁ, ଗୁରୁଜନ, ଆତ୍ମୀୟସ୍ବଜନଙ୍କ ଆଶୀର୍ବାଦ ପାଇ ତେଜସ୍ମର ହୋଇପାରନ୍ତି। ଐଶ୍ବର୍ଯ୍ୟଯୁକ୍ତ ହେବେ। ପଦମକର୍ଯ୍ୟାଦା ରକ୍ଷା କରିବାରେ ପାରଙ୍ଗମ ହେବେ। ପୁଣ୍ୟାର୍ଜନରେ ଦ୍ବାରକୁ ଉନ୍ମୁକ୍ତ ରଖିପାରନ୍ତି।

ମକର- ମଧୁର କଥାରେ ଶତ୍ରୁକୁ ବଶ କରିବାର କଳା ଆପଣଙ୍କଠାରେ ଅଛି। ଲୋଭାସକ୍ତ ସୁସ୍ବାଦୁ ଭୋଜନ ଅଗ୍ନିମାନ୍ଦାର କାରଣ ହୋଇପାରେ। ଏକାନ୍ତ ସାଧନାରେ ସିଦ୍ଧିପ୍ରାପ୍ତ କରି ଲୋକଙ୍କ ସେବାରେ ମଗ୍ନ ହେବେ।

କୁମ୍ଭ- ଧନର ଅନ୍ତଃ ପ୍ରବାହ ରାଜକୋଷରୁ ପ୍ରବାହିତ ହୋଇ ଆପଣଙ୍କ ରତ୍ନ ଭଣ୍ଡାରକୁ ପରିପୂର୍ଣ୍ଣ କରିପାରେ। ଉଚ୍ଚ ସମ୍ମାନରେ ସମ୍ମାନିତ ହେବେ। ସ୍ଥିତପ୍ରଜ୍ଞ ହେବେ। ସଦାଚାରୀ ହୋଇପାରନ୍ତି। ନମ୍ର ହେବେ।

ମୀନ- କାୟ ମନୋବାକ୍ୟରେ କର୍ତ୍ତବ୍ୟ ରୂପକ ଧର୍ମ ଅର୍ଜନ କରିପାରନ୍ତି। କର୍ମକ୍ଷେତ୍ର ସଂଘର୍ଷମୟ ହେଲେ ବି ପାର ଉଭାର ହୋଇଯିବେ। ସ୍ବକୀୟ ଗୁଣକୁ ନେଇ ପୂଜିତ ହେବେ। ଅହଂଭାବକୁ ପରିତ୍ୟାଗ କରିବେ।

Comments are closed.