www.samajalive.in
Monday, December 8, 2025
27.1 C
Bhubaneswar

ବଦଳି କଲେ ରାଜ୍ୟ ସରକାର, ପୁଲିସ ଆଇଜି ଆଶିଷ ସିଂ ହେଲେ ଗୃହ ବିଭାଗ ଓଏସଡି

ଡେସ୍କ: ରାଜ୍ୟର ବରିଷ୍ଠ ଆଇପିଏସ ଅଧିକାରୀ ଆଇଜି ଆଶିଷ ସିଂଙ୍କୁ ଗୃହ ବିଭାଗର ଅଫିସର ଅନ ସ୍ପେଶାଲ ଡ୍ୟୁଟି ଭାବେ ବଦଳି କରାଯାଇଛି। ସେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ। ଗତକାଲି ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ ହେବା ପରେ ଆଜି ଆଇଜି ଆଶିଷ ସିଂଙ୍କ ବଦଳି କରାଯାଇଛି।

ତେବେ ଆଇଜି ଶ୍ରୀ ସିଂଙ୍କ ବଦଳି ହେବା ନେଇ ନିର୍ବାଚନ ସମୟରୁ ଏକ ପ୍ରକାର ନିଶ୍ଚିତ ଥିଲା। ନିର୍ଵାଚନରେ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ନେଇ ତାଙ୍କୁ ବଦଳି କରିବା ପରେ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୪ ମାସ ଛୁଟିରେ ରହିଥିଲେ। ପରେ ନିର୍ବାଚନ ଆୟୋଗ ଶ୍ରୀ ସିଂହଙ୍କର ମେଡିକାଲ ପରୀକ୍ଷା କରି ରିପୋର୍ଟ ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏମ୍ସରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

Hot this week

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

Related Articles

Popular Categories