www.samajalive.in
Saturday, December 13, 2025
26.1 C
Bhubaneswar

ଟ୍ରମ୍ପ ନା ବାଇଡେନ ! ରୁଷର ପସନ୍ଦ କିଏ ?

ସମାଜ ଡିଜିଟାଲ ଡେସ୍କ: ଚଳିତବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ବିତର୍କ ଜାରି ରହିଛି। ତେବେ ଏହି ଦୁଇ ନେତାଙ୍କ ମଧ୍ୟରୁ ଯିଏ ବି ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବେ ତାହାର ପ୍ରଭାବ ସମଗ୍ର ବିଶ୍ଵର ବିଭିନ୍ନ ରାଷ୍ଟ୍ର ଉପରେ ଭିନ୍ନ ଭିନ୍ନ ରହିବ। ତେବେ ଏହା ମଧ୍ୟରେ ରୁଷ କାହାକୁ ରାଷ୍ଟ୍ରପତି ରୂପେ ଦେଖିବାକୁ ଚାହୁଁଛି ତାହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ। ଯଦିଓ ରୁଷ ଏ ନେଇ କୌଣସି ମତ ଦେଇନାହିଁ, କିନ୍ତୁ ଆମେରିକାର ଜଣେ ଗୁଇନ୍ଦା ଅଧିକାରୀ ଟ୍ରମ୍ପଙ୍କ ଆଡକୁ ଇଙ୍ଗିତ କରିଛନ୍ତି। ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହୁଅନ୍ତୁ ବୋଲି ରୁଷ ଚାହୁଁଥିବା ଅଧିକାରୀ ଜଣକ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ରାଷ୍ଟ୍ରପତି ନିର୍ବାଚନ ଲାଗି ଦେଶର ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଥିବା ଏହି ଗୁଇନ୍ଦା ଅଧିକାରୀ ଜଣକ ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ଖବରଦାତାମାନେ ତାଙ୍କୁ କିଛି ପ୍ରଶ୍ନ କରିଥିଲେ। ସେଥିରୁ ଗୋଟିଏ ପ୍ରଶ୍ନ ଥିଲା ରୁଷ କାହାକୁ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ରୂପେ ଦେଖିବାକୁ ଚାହୁଁଛି। ଏହାର ଉତ୍ତରରେ ଅଧିକାରୀ ଜଣକ କହିଥିଲେ ଡୋନାଲ୍ଡ ଟ୍ରମ୍ପ। ଗୁଇନ୍ଦା ଆକଳନରୁ ଏହି ତଥ୍ୟ ମିଳିଥିବା ଅଧିକାରୀ ଜଣକ କହିଥିଲେ।

- Advertisement -

ମାତ୍ର ଟମ୍ପଙ୍କ ପାଇଁ ପ୍ରଚାର କରୁଥିବା କାରୋଲିନ ଲିଭିଟ ଏହାକୁ ଖଣ୍ଡନ କରିଛନ୍ତି। ରୁଷ ଟ୍ରମ୍ପଙ୍କୁ କେବେ ପସନ୍ଦ କରେନାହିଁ ବୋଲି ସେ କହିଛନ୍ତି। ଅନ୍ୟପଟେ ଟ୍ରମ୍ପ ନିର୍ବାଚନ ଜିତିଲେ ପ୍ରଥମେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବେ ବୋଲି କହିଥିଲେ। ଏ ସମ୍ପର୍କରେ ଯେତେବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ପଚରାଯାଇଥିଲା ସେ ଏହାକୁ ଗୁରୁତର ସହ ନେଇଥିବା କହିଥିଲେ। କିନ୍ତୁ ଟ୍ରମ୍ପ କେମିତି ଯୁଦ୍ଧର ଅବସାନ ଘଟାଇବେ ତାହା ସେ ବୁଝିପାରୁ ନ ଥିବା ପୁଟିନ କହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories