www.samajalive.in
Wednesday, December 10, 2025
26.1 C
Bhubaneswar

ପୁରୀ ବଡଦାଣ୍ଡରେ ଅଘଟଣ: ଦୁଇ ମହିଳା ସଫେଇ କର୍ମଚାରୀଙ୍କୁ ୫୦ମିଟର ଘୋଷାଡି ନେଲା ଦ୍ରୁତଗାମୀ କାର

ପୁରୀ : ପୁରୀରେ ଅଭାବନୀୟ ଘଟଣା ଘଟିଛି। ବଡଦାଣ୍ଡରେ ଦୁଇ ଜଣ ମହିଳାଙ୍କୁ ଘୋଷାଡି ନେଇଛି କାର୍। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୁଧବାର ରାତିରେ ପୁରୀ ବଡଦାଣ୍ଡରେ ଦୁଇ ଜଣ ମହିଳା ସଫେଇ କାର୍ଯ୍ୟ କରୁଥିବାବେଳେ ଏକ ଦ୍ରୁତଗାମୀ କାର୍ ସେମାନଙ୍କୁ ଧକ୍କା ଦେବା ପରେ ୫୦ ମିଟର ଘୋଷାଡି ନେଇଛି। ଗୁରୁତର ଦୁଇ ମହିଳା ଗୌରୀ ଦେହୁରୀ ଏବଂ ଦେବଜାନୀ ନାୟକ ବୋଲି ଜଣାପଡିଛି।  ସେମାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଚିକିତ୍ସା ପାଇଁ ସେମାନଙ୍କୁ ଜିଲା ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ଘଟିବା ସମୟରେ ସ୍ଥାନୀୟ ଲୋକ ଗୋଡେଇ ଗୋଡେଇ କାରକୁ ଧରିବା ସହ ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ପରେ ଖବର ପାଇ ପୁଲିସ ସେଠାରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାରଟିକୁ ଜବତ କରିଛି। ଲୋକଙ୍କ ମାଡରେ ଆହତ ଗାଡ଼ି ଚାଳକକୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories