www.samajalive.in
Wednesday, December 10, 2025
23.1 C
Bhubaneswar

ଷ୍ଟେନ୍ସ ହତ୍ୟା ମାମଲା: ଓଡ଼ିଶା ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁପୁତ୍ରକୁ ହତ୍ୟା ମାମଲାରରେ ସୁପ୍ରିମ କୋର୍ଟ ପକ୍ଷରୁ ଓଡ଼ିଶା ସରକାରକୁ ଜବାବ ତଲବ କରାଯାଇଛି।  ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜି ଓଡ଼ିଶା ସରକାରଙ୍କଠାରୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ। ଓଡ଼ିଶା ସରକାରଙ୍କ ପକ୍ଷରୁ ୬ ସପ୍ତାହ ଭିତରେ ଜବାବ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଜାରି କରିଛନ୍ତି। ଷ୍ଟେନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦାରା ସିଂହର ମୁକ୍ତି ଆବେଦନ ଉପରେ ଓଡ଼ିଶା ସରକାରଙ୍କଠାରୁ ସୁପ୍ରିମକୋର୍ଟ ଜବାବ ମାଗିଛନ୍ତି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୪ ବର୍ଷ ଜେଲ ଜୀବନ ଅତିବାହିତ କରିବା  ପରେ ମୁଖ୍ୟ ଅଭିଯୁକ୍ତ ଦାରା ସିଂହ ଜେଲରୁ ମୁକ୍ତି ଆବେଦନ କରିଛି। ୧୯୯୯ରେ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କୁ ପୋଡ଼ି ମାରିଥିଲା ଦାରା ସିଂ।

୧୯୯୯ ମସିହା ଜାନୁଆରୀ ୨୨ ତାରିଖର ଶୀତୁଆ ରାତିରେ କେନ୍ଦୁଝର-ମୟୂରଭଞ୍ଜ ସୀମାନ୍ତବର୍ତ୍ତୀ ମନୋହରପୁରରେ ଘଟିଥିଲା ନିର୍ମମ ହତ୍ୟାକାଣ୍ଡ। କୁଷ୍ଠରୋଗୀଙ୍କୁ ସେବା ଆଳରେ ଆଦିବାସୀଙ୍କୁ ବେଆଇନ୍ ଭାବେ ଧର୍ମ ପରିବର୍ତ୍ତନ କରାଉଥିବା ସନ୍ଦେହରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କୁ ଗାଡ଼ି ଭିତରେ ଶୋଇଥିବା ଅବସ୍ଥାରେ ଜୀଅନ୍ତା ଜାଳିଦେଲେ ମୁଖ୍ୟ ଅଭିଯୁକ୍ତ ଦାରା ସିଂହ। ଏହି ହତ୍ୟାକାଣ୍ଡରେ ପ୍ରାୟ ୫୦ ଜଣ ଲୋକ ସାମିଲ ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଦାରା ସିଂହକୁ ୨୦୧୧ରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ସୁପ୍ରିମ କୋର୍ଟ।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories