www.samajalive.in
Sunday, December 7, 2025
26.1 C
Bhubaneswar

୫୫ଟି ଅଭିଯୋଗ ଶୁଣିଲେ ଜିଲାପାଳ, ତ୍ଵରିତ ସମାଧାନ ନିର୍ଦେଶ

କଲ୍ୟାଣସିଂହପୁର: ରାୟଗଡା ଜିଲା ପ୍ରଶାସନ ପକ୍ଷରୁ କଲ୍ୟାଣସିଂହପୁର ପଞ୍ଚାୟତ ସମିତିର ସଦ୍‌ଭାବନା ଗୃହଠାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣିରେ ଆରକ୍ଷୀ ଅଧିକ୍ଷକ ହରିଶ ବିଶି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ, ଜିଲାପରିଷଦ ନିହାର ରଞ୍ଜନ କହଁର, ଜିଲା ମୁଖ୍ୟ ଚିକିତ୍ସକ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଲାଲମୋହନ ରାଉତରାୟ, ଜିଲାପରିଷଦ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଅମ୍ରିତା କାଡ୍ରାକା ପ୍ରମୁଖ ମଞ୍ଚାସୀନ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ । ଆଜି ମୋଟ ୫୫ଟି ଅଭିଯୋଗ ଆସିଥିଲା । ସେଥି ମଧ୍ୟରୁ ୪୨ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ଗ୍ରାମବାସୀଙ୍କର ସାମୂହିକ ଅଭିଯୋଗ ୧୩ଟି ଥିଲା । ଜିଲାପାଳ ୩ଜଣ ବ୍ୟକ୍ତିକୁ ୧୬ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ସହାୟତା କୋଷରୁ ଅନ୍ୟ ୩ଜଣକୁ ୩୫ହଜାର ଟଙ୍କା ରେଡ଼କ୍ରସରୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ହ୍ୱିଲ ଚେୟାର ପ୍ରଦାନ କରିଥିଲେ। ଏହି ଅଭିଯୋଗ ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ୱାଳ, ରାୟଗଡ ପିଡି ୱାଟରସେଡ ଡ. ଦୟାନିଧି ବାଘ, ଉଦ୍ୟାନ କୃଷି ଉପନିର୍ଦେଶକ ଦୟାନିଧି ରାଉତ, ଜିଲା କୃଷି ଅଧିକାରୀ ସୁମନସିଂ ପଟ୍ଟନାୟକ, ବିଡିଓ କଲ୍ୟାଣସିଂହପୁର ମନୀଷା ଦାଶ, ତହସିଲଦାର କଲ୍ୟାଣ ସିଂପୁର ରଞ୍ଜନ କୁମାର ମନସେଠ,ସହକାରୀ ଯନ୍ତ୍ରୀ ରାସ୍ତା ଓ ଗୃହ, ଗ୍ରାମ୍ୟ ଜଳଯୋଗାଣ, ଜିଲା ସମାଜ କଲ୍ୟାଣ ଅଧିକାରୀ, ଜିଲା ଜରୁରୀକାଳୀନ ଅଧିକାରୀ ଲଳିତ ମଣ୍ଡଳ, ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲା ମତ୍ସ୍ୟ ଅଧିକାରୀ ଜ୍ଞାନରଞ୍ଜନ ସେଠୀ, ଓରମାସର ଡେପୁଟି ସିଇଓ ମନୋଜ କୁମାର ପାତ୍ର, ଓଡ଼ିଶା ଜୀବିକା ମିଶନର ଡିପିଏମ ହେମନ୍ତ ବାଗ ଓ ଅନ୍ୟାନ୍ୟ ଜିଲାସ୍ତରୀୟ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗଗୁଡିକର ଶୁଣାଣି କରିଥିଲେ । ଜିଲାପାଳ ଆଜିର ଅଭିଯୋଗଗୁଡିକ ପାଇଲା ପରେ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories