www.samajalive.in
Saturday, December 13, 2025
14.1 C
Bhubaneswar

ଅଧାରେ ଫସିଲା ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ

କେନ୍ଦ୍ରାପଡ଼ା: ଅଧାରେ ଫସିଲା ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ ରଥ। ଶ୍ରଦ୍ଧାଳୁ ଟାଣିବାବେଳେ ବାମମୋଡ଼ ନେଇ ଅଟକିଲା। ଦେବୋତ୍ତର କାର୍ଯ୍ୟାଳୟ ପାଖରେ ଅଟକିଲା ବ୍ରହ୍ମ ତାଳଧ୍ବଜ ରଥ। ମେସିନ ସାହାଯ୍ୟରେ ରଥକୁ ଟ୍ରାକକୁ ଅଣାଯାଇଗଲା। ଆଜି ସନ୍ଧ୍ୟା ହୋଇଯାଇଥିବାରୁ ଆସନ୍ତାକାଲି ରଥ ଉପରେ ନୀତିକାନ୍ତି ଶେଷ ହେବା ପରେ ପୁଣି ଥରେ ବ୍ରହ୍ମ ତାଳଧ୍ବଜ ରଥ ଟଣାଯିବା ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି ବୋଲି କେନ୍ଦ୍ରାପଡ଼ା ଜିଲାପାଳ ପ୍ରକାଶ କରିଛନ୍ତି।

ଗତକାଲି ପହଣ୍ଡି ପରେ ରଥାରୁଢ଼ ନୀତି ସମ୍ପନ୍ନ ହୋଇଥିଲା ଏବଂ ସନ୍ଧ୍ୟା ହେବାରୁ ରଥ ଟଣା କରାଯାଇନଥିଲା।  ଆଜି ନୀତିକାନ୍ତି ପରେ ଦିନ ୨ଟାରୁ ରଥ ଟଣା ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ଆନନ୍ଦ ଉଲ୍ଲାସ ସହିତ ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ ରଥ ଟାଣିଥିଲେ।

- Advertisement -

କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ବଳଦେବଜୀଉ  ମନ୍ଦିରର ଗର୍ଭଗୃହରେ ଥିବା ରତ୍ନ ସିଂହାସନରେ ତିନି ମୂର୍ତ୍ତୀ ବିଜେ କରିଛନ୍ତି : ଶ୍ରୀ ବଳଦେବ ଜୀଉ, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରା । ଆଶାଢ଼ ମାସ ଶୁକ୍ଲପକ୍ଷ ଦ୍ବିତୀୟ ତିଥିରେ ଏଠାରେ ବ୍ରହ୍ମ ତାଳଧ୍ବଜ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ମନ୍ଦିରର ଦିଅଁମାନେ ଯେଉଁ ରଥରେ ବସି ରଥ ଯାତ୍ରାରେ ବାହାରନ୍ତି ତାକୁ ବ୍ରହ୍ମତାଳଧ୍ୱଜ ରଥ କୁହାଯାଏ । ଏହି ରଥ ପୃଥିବୀର ସବୁଠାରୁ ବଡ଼ରଥ। କୁହାଯାଏ, ବଳଦେବଜୀଉଙ୍କ ଆଜ୍ଞାମାଳ ନ ପାଇଲା ଯାକେ ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥ ଆଗକୁ ବଢ଼େନାଇଁ।

ବଳଦେବଜୀଉ ମନ୍ଦିର କେନ୍ଦ୍ରାପଡ଼ାସହରର ୨ କି.ମି. ଦକ୍ଷିଣ ପଶ୍ଚିମକୁ, ଇଚ୍ଛାପୁର ଗାଁର କେନ୍ଦ୍ରରେ ଅବସ୍ଥିତ । ଏହା ଓଡ଼ିଶାର ଐତିହାସିକ କିର୍ତ୍ତୀରାଜିମାନଙ୍କ ଭିତରେ ଅନ୍ୟତମ । ଏହା ଅଷ୍ଟାଦଶ ଶତାବ୍ଦୀରେ ମରାଠା ଶାସନ କାଳରେ ତିଆରି ହୋଇଥିବାର ଅନୁମାନ କରାଯାଏ । ନାଗପୁରର ରଘୁଜୀ ଭୋସଲେ ନାମକ ମରାଠା ଶାସକ ଏହାକୁ ଗଢ଼ିଥିଲେ ବୋଲି କୁହାଯାଏ । ଦୁଇଏକର ୬ ଡ଼େସିମିଲ ପରିମିତ ସ୍ଥାନରେ ଅବସ୍ଥିତ ଏଇ ମନ୍ଦିର ଦୁଇ ଭାଗରେ ବିଭକ୍ତ । ଗୋଟିଏ ପାଖରେ ବିଭିନ୍ନ ମନ୍ଦିର ରହିଛି ଓ ଅନ୍ୟ ପାଖଟି ଉଦ୍ୟାନ ।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା,

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories