www.samajalive.in
Monday, December 8, 2025
24.1 C
Bhubaneswar

ରୋହିତଙ୍କ ସ୍ଥାନ ନେବେ କି ଏହି ଖୋଳାଳି: ୪୬ବଲରେ ହାସଲ କଲେ ୧୦୦ରନ

ସମାଜ ଡିଜିଟାଲ ଡେସ୍କ: କ୍ୟାରିୟରର ପ୍ରଥମ ଅନ୍ତଜାର୍ତୀୟ ଟି-୨୦ମ୍ୟାଚରେ ଖାତା ଖୋଲିପାରିନଥିଲେ । କିନ୍ତୁ ଦ୍ୱିତୀୟ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ୪୬ବଲରେ ଶତକ ହାସଲ କରିବା ସହ ଭାରତ ପାଇଁ ଏକ ବଡ ସ୍କୋର କରିଥିଲେ ଏହି ଖେଳାଳି । ଜିମ୍ବାୱେ ବିପକ୍ଷରେ ଖେଳାଯାଉଥିବା ଟି-୨୦ ମ୍ୟାଚରେ ଭାରତ ପକ୍ଷରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ ଅଭିଷେକ ଶର୍ମା । ଅଧିନାୟକ ଶୁଭମନ ଗିଲଙ୍କ ସହ ଓପନିଂ କରିଥିଲେ ଅଭିଷେକ । ହେଲେ ଶୁଭମନ ଦ୍ୱିତୀୟ ବଲରେ ଆଉଟ ହେବା ପରେ ଦାୟିତ୍ୱ ସମ୍ଭାଳି ପଡିଆରେ ଅଭିଷେକ କରିଥିଲେ ଛକା ଚୌକା ବର୍ଷା । ୪୬ବଲରେ ୧୦୦ ରନ ହାସଲ କରିବା ସହ ଭାରତ ପାଇଁ ଦ୍ରୁତତମ ଶତକ ହାସଲ କରିଥିବା ଟପ୍‍-୩ ବ୍ୟାଟ୍ସମ୍ୟାନ ତାଲିକାରେ ନିଜକୁ ସାମିଲ କରିଛନ୍ତି । ଜିମ୍ବାୱେ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ଅଭିଷେକ ଶର୍ମା ୬ଟି ଛକା ମାରି ଖାତା ଖୋଲିଥିଲେ । ୨୩ବର୍ଷୀୟ ଅଭିଷେକ ମ୍ୟାଚ ଆରମ୍ଭରେ ସାବଧାନତାର ସହ ଖେଳିଥିଲେ । କିନ୍ତୁ ଥରେ ସେ ପିଚରେ ରହିବା ପରେ ଆରମ୍ଭ କରିଥିଲେ ରୋହିତଙ୍କ ଭଳି ଛକା ଚୌକା ବର୍ଷା । ସେହିପରି ରିଙ୍କୁ ସିଂହ ୨୨ବଲରୁ ୪୮ରନ୍‍ ଋତୁରାଜ ଗାଏକ୍ୱାଡ ୭୭ରନ କରି ୨୦ଓଭରରେ ଭାରତ ପାଇଁ ୨୩୪ରନର ବିଶାଳ ସ୍କୋର ହାସଲ କରିଥିଲେ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories