www.samajalive.in
Saturday, December 6, 2025
26.1 C
Bhubaneswar

କଖଡି ଓ ଖୁଣ୍ଟୁଣୀରେ ଘୋଷଯାତ୍ରା

ଗୁରୁଡିଝାଟିଆ: ଶାସ୍ତ୍ରୀୟ ବିଧି ମୁତାବକ ମହାପ୍ରଭୂ ଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ରଥଯାତ୍ରା ତଥା ଘୋଷଯାତ୍ରା କଖଡିରେ ଅନୁଷ୍ଠିତ ହୋଇଛି। ଅପରାହ୍ନ ୫ଟା ସମୟରେ ପହଣ୍ଡି କରାଯାଇଥିଲା। ପ୍ରଭୂଙ୍କ ଆଦ୍ୟ ସେବକ ଭାବରେ ଚନ୍ଦ୍ରଶେଖର ପରିଡା ଛେରା ପହଁରା କରିଥିଲେ। ଏହାପରେ ମହାପ୍ରଭୂଙ୍କ ପୂଜାର୍ଚ୍ଚନା ପୂଜକ ଶକ୍ତି ପ୍ରସାଦ ପତି କରିବା ପରେ ଉପସ୍ଥିତ ଶ୍ରଦ୍ଧାଳୁମାନେ ଘଣ୍ଟଘଣ୍ଟା, ମୃଦଙ୍ଗ ଓ ସଂକୀତ୍ତନ ତାଳେ ତାଳେ ଶ୍ରଦ୍ଧାଳୁମାନେ ଅତି ଆନନ୍ଦର ସହିତ ପାଲାତୋଟା ଠାରୁ ଟାଣି ବଜାରସାହିସ୍ଥିତ ମାଉସୀମାଆ ମନ୍ଦିର ଠରେ ପ୍ରାୟ ସାଢେ ୬ଟା ବେଳେ ପହଞ୍ଚଥିଲେ। ଗ୍ରାମ କମିଟି ସଭାପତି ଦିଲ୍ଲିପ କୁମାର ଛତାର, ଦେବୋତ୍ତର ସୁପରଭାଇଜର ସନାତନ ମହାନ୍ତି, ସରପଞ୍ଚ କଳ୍ପନା ଛତାର ଓ ଗାଁର ମୁରବୀ ଓ ଯୁବକମାନେ ଉପସ୍ଥିତ ରହି ରଥ ଟାଣିଥିଲେ।

ଖୁଣ୍ଟୁଣୀ ରେ ପ୍ରଭୂ ଜଗନ୍ନାଥଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି। ଅପରାହ୍ନ ସାଢେ ୪ଟା ବେଳେ ପ୍ରଭୂଙ୍କ ଆଦ୍ୟ ସେବକ ବିଜୟ କୁମାର ଦାଶ ପ୍ରଭୂଙ୍କ ଛେରା ପହଁରା କାର୍ଯ୍ୟ ସମାପନ କରିଥିଲେ। ଶହଶହ ଶ୍ରଦ୍ଧାଳୁ ରଥକୁ ଟାଣିଥିଲେ। ଅତି ଆଗ୍ରହର ସହିତ ଭକ୍ତିଭାବାପନ୍ନ ହୋଇ ସ୍ଥାନୀୟ ୫ ପଞ୍ଚାୟତର ଜନସାଧାରଣ ରୁଣ୍ଡ ହୋଇଥିଲେ। ଖୁଣ୍ଟୁଣୀ-ରମ୍ପେଇ ଗ୍ରାମ୍ୟ କମିଟିର ସଦସ୍ୟ ଓ ଜଗନ୍ନାଥ ଯୁବ ପରିଷଦର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ରଥଯାତ୍ରାରେ ଭିଡ ନିୟନ୍ତ୍ରଣ କରିବାପାଇଁ ଖୁଣ୍ଟୁଣୀ ପୋଲିସ ମୁତୟନ ହୋଇଥିଲେ। ନିର୍ଦ୍ଧାରିତ ସମୟରେ ରଥ ମାଉସୀମାଆ ଘରେ ପହଂଚି ଥିଲା। ପ୍ରଭୂଙ୍କ ଘୋଷଯାତ୍ରାର ଧାରା ବିବରଣୀ ଗାଁ ମୁରବୀ ବିପିନ ବିହାରୀ ପ୍ରଧାନଙ୍କ ନେତୃତ୍ୱରେ ବିକାଶ କୁମାର ସାହୁ, ରବିନ୍ଦ୍ର କୁମାର ନାୟକ, ବସନ୍ତ କୁମାର ମିତ୍ର, କଳନ୍ଦୀ ଚରଣ ମହାରଣା ପ୍ରଦାନ କରିଥିଲେ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories