www.samajalive.in
Monday, December 8, 2025
24.1 C
Bhubaneswar

ଜାଣନ୍ତୁ, କେମିତି କଟିବ ଆଜି ଆପଣଙ୍କ ଦିନ: ଶନିବାର ରାଶିଫଳ

ମେଷ: ବ୍ରାହ୍ମଣମାନଙ୍କ ସହିତ ମିତ୍ରତା ସ୍ଥାପନ କରିବେ। ପରୋପକାରକୁ ସର୍ବାଦୌ ପ୍ରାଧାନ୍ୟ ଦେବେ। ଅବୋଧମାନଙ୍କୁ ବୋଧ ଦେଇ ମନସ୍କାମନା ପୂରଣରେ ସହାୟକ ହେବେ। ରାଜପୂଜ୍ୟ ହୋଇପାରନ୍ତି।
ବୃଷ: କୃଷି କର୍ମରେ ନିଜକୁ ନିୟୋଜିତ କରିବେ। ସତ୍‌କର୍ମରୁ ବିଚ୍ୟୁତ ହେବେ ନାହିଁ। ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ଚତୁଷ୍ପଦ ପ୍ରାଣୀ ସହିତ ସୁବର୍ଣ୍ଣ, ରୌପ୍ୟ, ମଣିମୁକ୍ତାଦି ଲାଭ କରିପାରନ୍ତି।
ମିଥୁନ: ସାମୟିକଭାବେ ବିନୟାବନତ ହେବେ। ଭାଷା ଓ ବ୍ୟବହାର ପ୍ରୀତିଜନକ ହେବ। ମନୋହର ହାସ୍ୟବିଶିଷ୍ଟ ହୋଇପାରନ୍ତି। ସଂଗୀତପ୍ରିୟ ହେବେ। ବଦାନ୍ୟ ହେବାର ସୂଚନା ମିଳୁଛି। ରାଜମନ୍ତ୍ରୀ ଓ ଲୋକପୂଜ୍ୟ ହେବେ।
କର୍କଟ: ଦ୍ବିଜ, ଦେବତାଙ୍କ ପ୍ରୀତ୍ୟାର୍ଥେ ଧନ ବ୍ୟୟ କରି ଆତ୍ମସନ୍ତୋଷ ଲାଭ କରିବେ। ଯଜ୍ଞାଦି ଧର୍ମକ୍ରିୟା ଉପରେ ଗୁରୁତ୍ବ ଦେବେ। ଏଭଳି କାର୍ଯ୍ୟରେ ଧନ ବ୍ୟୟ କରିବେ। ଯେଉଁଥିରେ କି ପ୍ରଶଂସାଭାଜନ ହେବେ।
ସିଂହ: ନିନ୍ଦ୍ୟ କର୍ମ ପ୍ରତି ପରାଙ୍‌ମୁଖ ହୋଇପାରନ୍ତି। ପିଲାମାନଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ବ୍ୟୟ ବୃଦ୍ଧି ହେବ। ଶାରୀରିକ ଶକ୍ତି ବୃଦ୍ଧି ଉପରେ ଗୁରୁତ୍ବ ​‌େଦବେ। ଦେଶାନ୍ତରରୁ ଅର୍ଥାଗମ ହୋଇ ଆର୍ଥିକ ଅଭିବୃଦ୍ଧି ଘଟିବ।
କନ୍ୟା: କର୍ମତତ୍ପର ହେବେ। ପତ୍ନୀଙ୍କ ସ୍ବାସ୍ଥ୍ୟ ରକ୍ଷା ପ୍ରତି ଧ୍ୟାନ ଦେବେ। ସରକାରୀ କାର୍ଯ୍ୟର ପ୍ରଶଂସକ ହେବେ। ଜନସାଧାରଣଙ୍କ ଆଦରର ପାତ୍ର ହେବେ। ବାକ୍‌ସଂଯମ ରକ୍ଷାକରି ଲୋକଙ୍କ ଆଦରଣୀୟ ହେବେ।
ତୁଳା: ଧର୍ମଧ୍ବଜାଧାରୀ ହୋଇପାରନ୍ତି। ଦେବ, ବ୍ରାହ୍ମଣଙ୍କ ସେବାରେ ନିଯୁକ୍ତ ହେବେ। ଜନାନୁରାଗୀ ହେବାର ସୂଚନା ମିଳୁଛି। ଅଦ୍ଭୁତ କର୍ମ କରି ଜନସାଧାରଣଙ୍କ ଦୃଷ୍ଟି ପଥାରୁଢ଼ ହେବେ। ସୁଖଭୋଗ କରିବେ।
ବିଛା:  କୀଟ, ପତଙ୍ଗ ଯେପରି ଆଖିକୁ ସ୍ପର୍ଶ ନ କରନ୍ତି ସେଥିପ୍ରତି ଯତ୍ନବାନ୍‌ ହେବାକୁ ପଡ଼ିବ। କର୍ମତତ୍ପର ରହିବେ। କାର୍ଯ୍ୟରେ ତ୍ରୁଟି ହେଲେ ପର ମୁହୂର୍ତ୍ତରେ ତା’ର ସଂଶୋଧନ କରି ଦୋଷମୁକ୍ତ ହେବେ।
ଧନୁ : ମତିମାନ୍‌ ହେବେ। ପତ୍ନୀ ପୁରୁଷ ତୁଲ୍ୟ କାର୍ଯ୍ୟକରି ପ୍ରଶଂସିତ ହେବେ। ନ୍ୟାୟ ପରାୟଣ ହେବେ। ପ୍ରଶାନ୍ତ ସୌଖ୍ୟଭୋଗର ସୂଚନା ମିଳୁଛି। କର୍ତ୍ତବ୍ୟନିଷ୍ଠା ଆପଣଙ୍କୁ ଅଧିକ ଉଚ୍ଚାସନରେ ଆସୀନ କରିପାରେ।
ମକର: ଧନଲାଭ ପାଇଁ ମିତ୍ରତା ସ୍ଥାପନ କରିପାରନ୍ତି। ସାଧୁ ପ୍ରଦତ୍ତ ସ୍ନେହାଶୀର୍ବାଦ ଲାଭ କରିପାରନ୍ତି। ମହତ୍‌ ଲୋକଙ୍କ ସାନ୍ନିଧ୍ୟ ପାଇ ଚରିତ୍ର ଶୁଦ୍ଧି କରିପାରନ୍ତି। ଶତ୍ରୁଙ୍କୁ ପ୍ରଲୋଭିତ କରି କୌଶଳରେ ପରାସ୍ତ କରିବେ।
କୁମ୍ଭ: ପୁତ୍ରମାନେ ସ୍ଥିରମନା ହେବେ। ସଚେଷ୍ଟ ଓ ଶକ୍ତିମାନ୍‌ ହୋଇପାରନ୍ତି। ନିଜେ ସଂସ୍କାରୀ ଥିବାରୁ ପୁତ୍ରମାନଙ୍କୁ ସଂସ୍କାରୀ ହେବାର ଶିକ୍ଷା ଉପଦେଶ ଦେଇପାରନ୍ତି। ନିରସମନ ସରସ ହେବାର ସମୟ ଉପନୀତ।
ମୀନ: ଦେବାଶ୍ରୟ ହେବାର ସୂଚନା ମିଳୁଛି। ଜଳଜାତ ଦ୍ରବ୍ୟରୁ ଧନ ଆହରଣ କରିପାରନ୍ତି। ବସ୍ତ୍ର ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ଯେତେ ଅସୁବିଧାର ସମ୍ମୁଖୀନ ହେଲେ ବି କର୍ତ୍ତବ୍ୟ ପଥରୁ ବିଚ୍ୟୁତ ହେବେନି।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories