www.samajalive.in
Saturday, December 6, 2025
16.1 C
Bhubaneswar

ଜିକା ଭାଇରସରେ ୬ସଂକ୍ରମିତ ଚିହ୍ନଟ: ଦୁଇ ଗର୍ଭବତୀ ବି ସଂକ୍ରମିତ

ମହାରାଷ୍ଟ୍ର: ପୁଣେରେ ଜିକା ଭାଇରସରେ ୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଭାଇରସ୍‍ ସଂକ୍ରମଣରେ ଦୁଇ ଜଣ ଗର୍ଭବତୀ ମହିଳା ରହିଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ ପୁଣେର ଏରଣ୍ଡୱାନେ ଅଞ୍ଚଳର ୨୮ବର୍ଷ ବୟସ୍କା ଗର୍ଭବତୀ ମହିଳାଙ୍କଠାରେ ଜିକା ଭାଇରସ୍‍ ସଂକ୍ରମଣ ଚିହ୍ନଟ ହୋଇଛି । ଶୁକ୍ରବାର ଦିନ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଅନ୍ୟ ଜଣେ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହିଳା ଜଣଙ୍କ ୧୨ ସପ୍ତାହ ହେବ ଗର୍ଭବତୀ ଥିବା ଜଣାପଡିଛି । ଅଧିକାରୀ କହିଛନ୍ତି ଯେ ଉଭୟ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ସେମାନଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇନଥିଲା । ଜିକା ଭାଇରସ ଗର୍ଭବତୀ ମହିଳାଙ୍କ ପାଇଁ ଅଧିକ ବିପଦ ରହିଥିବା କୁହାଯାଉଛି । କାରଣ ଏହାର ପ୍ରଭାବ ଶିଶୁ ଉପରେ ପଡିଥାଏ । ଯେଉଁଥିରେ ମସ୍ତିଷ୍କର ଅସ୍ୱାଭାବିକ ବିକାଶ ହେତୁ ମୁଣ୍ଡ ବହୁତ ଛୋଟ ହୋଇଯାଏ । ଯାହା ପିଲାଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories