www.samajalive.in
Sunday, December 7, 2025
16.1 C
Bhubaneswar

ନୂତନ ଅପରାଧିକ ଆଇନର ଲାଗୁ ନିମନ୍ତେ ପୁଲିସ ପକ୍ଷରୁ ସଚେତନତା

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସ୍ଥାନୀୟ ଥାନାରେ ନୂତନ ଅପରାଧିକ ଆଇନର ଲାଗୁ ନିମନ୍ତେ ପୁଲିସ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଜିଲା ଆରକ୍ଷୀକ ହରିସ ବିଶିଙ୍କ ନିର୍ଦ୍ଦେଶ କ୍ରମେ କଲ୍ୟାଣସିଂହପୁର ଥାନା ଅଧିକାରୀ ନୀଳକଣ୍ଠ ବେହେରା ନେତୃତ୍ୱରେ ବୈଠକରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ମନୀଷା ଦାସ ଯୋଗଦେଇ ଥିବା ବେଳେ ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ , ଅଗ୍ନିଶମ ବିଭାଗ ଅଧିକାରୀ ଜଗଦୀଶ ଖରା ,ଥାନା ଏସଆଇ ଶିଵ ପ୍ରସାଦ ସାହୁ ,ଏସ ଆଇ ସଞ୍ଜୟ କୁମାର ମୁର୍ମୁ ପ୍ରମୁଖ ମଞ୍ଚାସିନ ରହିଥିଲେ। “ନୂତନ ଭାରତ ନୂତନ ଆଇନ”। ପୁରୁଣା ଆଇନ ସଂଶୋଧନ କରାଯାଇ ଆଜି ଠାରୁ ନୂତନ ଆଇନ ଲାଗୁ କରାଯାଉଛି। ଆଇପିସି,ଏଭିଡ଼େନ୍ସ ଆକ୍ଟ,ସିଆରପିସିକୁ ସମ୍ପୂର୍ଣ୍ଣ ବଦଳ କରାଯାଇ ଇଣ୍ଡିଆନ ପେନାଲ କୋଡ଼ ୧୮୬୦ ବଦଳରେ ଭାରତୀୟ ନ୍ୟାୟ ସଂହିତା, କୋଡ଼ ଅଫ ଡିମିନାଲ ପ୍ରୋସିଜିଓର ୧୯୬୩ ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଇଣ୍ଡିଆନ ଏଭିଡ଼େନ୍ସ ଆକ୍ଟ ୧୮୭୨ ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ଆଜି ଠାରୁ ଲାଗୁ କରାଯାଇଥିବା ନେଇ ସଚେତନତା କରାଯାଇଛି । ଏଥିରେ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ଜାଣନ୍ତୁ ରାତିରେ ଭାତ ଖାଇଲେ ହୋଇପାରେ ମାରାତ୍ମକ ରୋଗ..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories