www.samajalive.in
Sunday, December 14, 2025
26.1 C
Bhubaneswar

ନିଟ୍ ପୁନଃପରୀକ୍ଷା ଫଳ ପ୍ରକାଶିତ

ସମାଜ ଡିଜିଟାଲ ଡେସ୍କ: ପ୍ରଶ୍ନପତ୍ର ପ୍ରଘଟ ପରେ ପୁନର୍ବାର ଅନୁଷ୍ଠିତ ହୋଇଥିବା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍‌) ୟୁଜି ଫଳାଫଳ ପ୍ରକାଶ ପାଇଛି। ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା(ଏନଟିଏ) ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ କରାଯାଇଛି। ଯେଉଁ ପରିକ୍ଷାର୍ଥୀମାନେ ପରୀକ୍ଷା ଦେଇଥିଲେ ସେମାନେ ଏନଟିଏର ଓ୍ବେବସାଇଟ୍‌ questions.nta.ac.in/NEET କୁ ଯାଇ ଫଳାଫଳ ଯାଞ୍ଚ କରିପାରିବେ।

ଗ୍ରେସ ମାର୍କ ଏବଂ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗକୁ ନେଇ ଦେଶବ୍ୟାପୀ ଛାତ୍ର ଅସନ୍ତୋଷ ବୃଦ୍ଧି ପାଇବା ସହିତ ଏହାକୁ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ଗ୍ରେସ ମାର୍କ ପାଇଥିବା ୧୫୬୩ ଛାତ୍ରଛାତ୍ରୀଙ୍କର ପୁନଃ ପରୀକ୍ଷା କରାଇବାକୁ ନିର୍ଦେଶ ଦେଇଥିଲେ। ତଦନୁଯାୟୀ ଗତ ଜୁନ ୨୩ରେ ସାନି ପରୀକ୍ଷା ହୋଇଥିଲା। ୮୧୩ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ଯେଉଁ ଛାତ୍ରଛାତ୍ରୀମାନେ ପୁନଃ ପରୀକ୍ଷା ଦେବେନାହିଁ ସେମାନଙ୍କ ପୂର୍ବ ପରୀକ୍ଷା ଫଳରୁ ଗ୍ରେସ ମାର୍କକୁ ବାଦ୍‌ ଦେଇ ସାନି ପରୀକ୍ଷା ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ଏନଟିଏକୁ ନିର୍ଦେଶ ଦେଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories