www.samajalive.in
Saturday, December 13, 2025
26.1 C
Bhubaneswar

ବଣଭୋଜିରେ କଥା କଟାକଟିକୁ ନେଇ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ୩ରୁ ଊର୍ଦ୍ଧ୍ବ ଆହତ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ସୁନାପୁର ବେଳାଭୂମିରେ ବଣଭୋଜି କରିବାକୁ ଆସିଥିବା ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହେବା ପରେ ବାଦି ଛକଠାରେ ଗଣ୍ଡଗୋଳ ଘଟି ଜଣଙ୍କର ମୃତ୍ୟୁ ଘଟିଛି। ଏହି ଗଣ୍ଡଗୋଳରେ ୩ରୁ ଅଧିକ ଯୁବକ ଆହତ ହୋଇଛନ୍ତି। ଗଣ୍ଡଗୋଳରେ ପ୍ରାଣ ହରାଇଥିବା ଯୁବକ ହେଲେ ପଡୋଶୀ ଆନ୍ଦ୍ରପ୍ରଦେଶର ଇଚ୍ଛାପୁର ଥାନା ଅଧୀନ କେଦାରପୁର ଗ୍ରାମର ଏ. ବାଲୁ ରେଡ୍ଡୀ।

ପୁଲିସ ସୂଚନା ଅନୁଯାୟୀ, ରବିବାର ସକାଳେ କେଦାରପୁର ଗ୍ରାମର ୨୦ରୁ ଊର୍ଦ୍ଧ୍ବ  ଯୁବକ ସୁନାପୁର ବେଳାଭୂମିକୁ ବଣଭୋଜି  କରିବାକୁ ଆସିଥିଲେ। ସେଠାରେ ଇଚ୍ଛାପୁର ବେଲପଡାର କିଛି ଯୁବକ ମଧ୍ୟ ବଣଭୋଜି କରୁଥିଲେ। ଅପରାହ୍ନ ପ୍ରାୟ ୩ ଟାବେଳେ ଉଭୟ ଗୋଷ୍ଠୀ ମଧ୍ୟ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ବଣ ଭୋଜି ସାରି ସନ୍ଧ୍ୟାରେ ବାଲୁ ସମେତ ଅନ୍ୟମାନେ ଗ୍ରାମକୁ ଫେରୁଥିବା ବେଳେ ବାଦି ଛକ ନିକଟରେ ଅନ୍ୟ ଗୋଷ୍ଠୀର ଯୁବକମାନେ ବାଲୁଙ୍କୁ ଗୋଡେଇ ଗୋଡେଇ ସଂଘବଦ୍ଧ  ଭାବରେ ଆକ୍ରମଣ କରିଥିଲେ। ଫଳରେ ବାଲୁ ଚେତା ଶୂନ୍ୟ ହୋଇ ନିକଟରେ ଥିବା ଓଡିଆରପି କଲୋନୀର ଏକ ଘର ସମ୍ମୁଖରେ ଅଚେତ ହୋଇ ପଡିଯାଇଥିଲେ। ଆକ୍ରମଣରେ ୩ରୁ ଊର୍ଦ୍ଧ୍ବ ଯୁବକ ମଧ୍ୟ୍ ଆହତ ହୋଇଥିଲେ। ଘଟଣା ପରେ  ଉଭୟ ଗୋଷ୍ଠୀର ଯୁବକମାନେ  ଘଟଣାସ୍ଥଳରୁ ଭୟରେ ଫେରାର ସୋଇ ଯାଇଥିଲେ। ଘଟଣା ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ ହେବା ପରେ ପୁଲିସ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବାଲୁ ସମେତ ଅନ୍ୟମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ବାଲୁଙ୍କ ମୃତ୍ୟୁ ଘଟିଥିବା ପୁଲିସ ସୁଚନା ଦେଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories