www.samajalive.in
Saturday, December 13, 2025
26.1 C
Bhubaneswar

ଦାରୁବ୍ରହ୍ମଙ୍କ ଜ୍ଵର ଉପଶମ ପାଇଁ ଶ୍ରୀକ୍ଷେତ୍ରରୁ ଆସିଲା ଫୁଲୁରି ତେଲ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତର ମଲ୍ଲିପଶିଠାରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଦିଅଁ ଅଣସର ଘରେ ଜ୍ବରରେ ପୀଡ଼ିତ ହୋଇ ବିଶ୍ରାମ ନେଉଛନ୍ତି। ପ୍ରଭୁଙ୍କ ବିଭିନ୍ନ ଗୁପ୍ତ ସେବା ସେବକ ସେବାୟତମାନେ ଯୋଗାଇ ଦେଉଛନ୍ତି । ଦଶମୂଳ ଚେର ଔଷଧୀରୁ ପ୍ରସ୍ତୁତ ଫୁଲରି ତେଲକୁ ଶ୍ରୀକ୍ଷେତ୍ରରୁ ମଲ୍ଲିପଶି ଜଗନ୍ନାଥ ମନ୍ଦିରକୁ ଅଣାଯାଇଛି । ଅଣସରରେ ଥିବା ପ୍ରଭୁମାନଙ୍କ ଶ୍ରୀଅଙ୍ଗରେ ଏହି ତେଲକୁ ଲଗାଇବାକୁ ପ୍ରସ୍ତୁତି ଚାଲିଛି। ଏହାପରେ ଦିଅଁମାନେ ସୁସ୍ଥ ହୋଇ ବାହାରିବେ ନବଦିନାତ୍ମକ ରଥଯାତ୍ରାରେ । ଏଥି ଲାଗି ମଲ୍ଲିପଶିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଭଜନ କୀର୍ତ୍ତନ କରି ଏହି ଫୁଲୁରି ତେଲକୁ ସ୍ବାଗତ କରି ପୂଜାପାଠ କରି ମନ୍ଦିର ଭିତରକୁ ନିଆଯାଇଥିଲା। ମନ୍ଦିର ମୁଖ୍ୟ ପୂଜକ ଓ ସେବାୟତମାନେ ଗୁପ୍ତ ପୂଜା ସହ ଏହି ଫୁଲୁରି ତେଲ ମାଲିସ କରିବେ ବୋଲି ଜଣା ଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories