www.samajalive.in
Monday, December 8, 2025
13.1 C
Bhubaneswar

ଏହି ବ୍ୟକ୍ତିଙ୍କ ପାଇଁ ନବବର୍ଷ ଆଣୁଛି ଶୁଭ ଫଳ

୨୦୧୯ ବର୍ଷର ମୂଲ୍ୟାଙ୍କ ୩। ଏହା ବୃହସ୍ପତିଙ୍କର ଅଙ୍କ ଅଟେ। ତେଣୁ ଏହି ବର୍ଷରେ ବୃହସ୍ପତିଙ୍କର ପ୍ରଭାବ ରହିବ। ବର୍ଷର ଆରମ୍ଭ କନ୍ୟା ଲଗ୍ନରେ ହେବ। ଲଗ୍ନରେ ମଙ୍ଗଳ ଓ ଶନିଙ୍କ ପ୍ରଭାବ ରହିବ। ବର୍ଷର ଆରମ୍ଭରେ ଚନ୍ଦ୍ରମା ତୁଳା ରାଶିରେ ରହିବେ। ତେଣୁ ବର୍ଷଟିରେ ଶୁକ୍ରଙ୍କର ମଧ୍ୟ ପ୍ରଭାବ ରହିବ। ଏହି ବର୍ଷରେ ସମସ୍ତ ରାଶିର ବ୍ୟକ୍ତିଙ୍କୁ ସମୃଦ୍ଧି ଓ ଧନର ଲାଭ ହେବ। ବିବାହ ନିମନ୍ତେ ମଧ୍ୟ ଉତ୍ତମ ବର୍ଷ ଅଟେ।

ଆସନ୍ତୁ ଜାଣିବା ୨୦୧୯ ବର୍ଷ କେଉଁମାନଙ୍କ ପାଇଁ ଲାଭଦାୟକ :

- Advertisement -

ଯେଉଁମାନଙ୍କ ଜନ୍ମ ତାରିଖ ୩,୧୨,୨୧ ଓ ୩୦ ହୋଇଥିବ।

ଯେଉଁମାନଙ୍କ ବୟସ ୨୧,୩୦,୩୯, ୪୯ ଓ ୫୭ ହୋଇଥିବ।

ଯେଉଁମାନଙ୍କ ରାଶି ମିଥୁନ, ଧନୁ ଓ ମୀନ ହୋଇଥିବ।

ଯେଉଁମାନଙ୍କ ଜନ୍ମ ମାସ ମାର୍ଚ୍ଚ, ଜୁନ, ନଭେମ୍ବର ଓ ଡିସେମ୍ବର ହୋଇଥିବ।

ଯେଉଁମାନଙ୍କ ଜନ୍ମଜାତକରେ ବୃହସ୍ପତିଙ୍କ ସ୍ଥିତି ମଜଭୂତ ହୋଇଥିବ।

ଏହି ସମସ୍ତ ବ୍ୟକ୍ତିଙ୍କ ପାଇଁ ୨୦୧୯ ବର୍ଷ ଲାଭଦାୟକ ରହିବ।

୨୦୧୯ ବର୍ଷ କେଉଁମାନଙ୍କ ପାଇଁ ଅଶୁଭ :

ଯେଉଁମାନଙ୍କ ଜନ୍ମ ତାରିଖ ୬, ୧୫ ଓ ୨୪ ହୋଇଥିବ।

ଯେଉଁମାନଙ୍କ ରାଶି ବୃଷ, କନ୍ୟା ଓ ତୁଳା ହୋଇଥିବ।

ଯେଉଁମାନଙ୍କ ଜନ୍ମଜାତକରେ ବୃହସ୍ପତିଙ୍କ ଦଶା ଖରାପ ରହିଥିବ।

ଯେଉଁ ବ୍ୟକ୍ତି ଅନାବଶ୍ୟକ ବାଦବିବାଦରେ ଲିପ୍ତ ରହୁଥିବେ।

ଅକାରଣରେ ଅନ୍ୟମାନଙ୍କ ଉପରେ କ୍ରୋଧ କରୁଥିବେ।

ଯେଉଁମାନେ ଖାଦ୍ୟପାନୀୟ ଓ ଜୀବନ ଚର୍ଯ୍ୟା ଅସ୍ବାଭାବିକ କରୁଥିବେ।

୨୦୧୯ ବର୍ଷକୁ ଉତ୍ତମ କରିବାର ଉପାୟ :

ଗୋଟିଏ ସୁନା ଓ ପିତ୍ତଳର ମୁଦିକୁ ତର୍ଜନୀ ଆଙ୍ଗୁଠୀରେ ଧାରଣ କରନ୍ତୁ।

ବର୍ଷସାରା ପ୍ରାତଃ କାଳରେ ଜଳରେ ହଳଦୀ ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ।

ବର୍ଷର ଭଲ ଦିନମାନଙ୍କରେ ଗରିବ ଲୋକମାନଙ୍କୁ ଫଳ ଓ ହଳଦିଆ ରଙ୍ଗର ପୋଷାକ ଦାନ କରନ୍ତୁ।

ସର୍ବଦା ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ।

ମେଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶିର ବ୍ୟକ୍ତିମାନେ ହଳଦିଆ ରଙ୍ଗର ଯେକୌଣସି ବସ୍ତୁ ବ୍ୟବହାର କରିବା ଉଚିତ।

ବୃଷ, ମିଥୁନ. କନ୍ୟା, ତୁଳା, ମକର ଓ କୁମ୍ଭ ରାଶିର ବ୍ୟକ୍ତିମାନେ ସବୁଜ ରଙ୍ଗର ଯେକୌଣସି ବସ୍ତୁ ବ୍ୟବହାର କରିବା ଉଚିତ।

ଆଲେଖ୍ୟ : ପ୍ରଜ୍ଞାସିନୀ ମଲ୍ଲିକ୍

 

 

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories